\n\n\n\n\n\n\n

କଲେଜ ରେ କାଉନସେଲିଂ ବ୍ୟବସ୍ଥାର ଅଭାବ କାହିଁକି?

କଲେଜ କ୍ୟାମ୍ପସ ସ୍ଥିତି ସାଂଘାତିକ !
ସୁପ୍ରିମକୋର୍ଟ ଟାସ୍କଫୋର୍ସର ବଡ଼ ରିପୋର୍ଟ!
କଲେଜ ରେ କାଉନସେଲିଂ ବ୍ୟବସ୍ଥାର ଅଭାବ କାହିଁକି?
ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ପାଇଁ ହଉଛି କଣ !
କାହିଁକି ଚାପ, ଦୁଃଖ କିମ୍ବା ଚିନ୍ତାର ସମ୍ମୁଖୀନ ହେଉଛନ୍ତି ପିଲା

ଭୁବନେଶ୍ବର: କଲେଜ ଓ ବିଶ୍ୱବିଦ୍ୟାଳୟ ପରିସରରେ ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କୁ ନେଇ ସାମ୍ନାକୁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ। ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଗଠିତ ଏକ ଟାସ୍କଫୋର୍ସ ପକ୍ଷରୁ କରାଯାଇଥିବା ଦେଶବ୍ୟାପୀ ସର୍ଭେରେ କ୍ୟାମ୍ପସ ସ୍ଥିତି ବାବଦରେ ବଡ଼ ଖୁଲାସା ହୋଇଛି।ପ୍ରାୟ ୧୫ ପ୍ରତିଶତ ଛାତ୍ରଛାତ୍ରୀ ଗତ ୬ ମାସ ମଧ୍ୟରେ ଦୀର୍ଘକାଳୀନ ଚାପ, ଦୁଃଖ କିମ୍ବା ଚିନ୍ତାର ସମ୍ମୁଖୀନ ହୋଇଥିବା ରିପୋର୍ଟ କରିଛନ୍ତି। ପ୍ରାୟ ୯ ପ୍ରତିଶତ ଛାତ୍ରଛାତ୍ରୀ କହିଛନ୍ତି ଯେ, ଗତ ଏକ ବର୍ଷ ମଧ୍ୟରେ ସେମାନଙ୍କ ମନରେ ବାରମ୍ବାର ନିଜ ଜୀବନ ନେବା ଚିନ୍ତାଧାରା ଆସୁଛି। ଏହି ସର୍ଭେରେ ୨ ଲକ୍ଷ ୪୩ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ମତାମତ ସଂଗ୍ରହ କରାଯାଇଥିଲା। ଟାସ୍କଫୋର୍ସ ସ୍ପଷ୍ଟ କରିଛି ଯେ, ଏହି ନମୁନା ସମଗ୍ର ଛାତ୍ରଛାତ୍ରୀ ସମ୍ପ୍ରଦାୟକୁ ପ୍ରତିନିଧିତ୍ୱ କରୁନାହିଁ; ତେଣୁ ଏହାକୁ ପ୍ରାରମ୍ଭିକ ଏବଂ ଆନୁମାନିକ ଫଳାଫଳ ଭାବେ ଦେଖାଯିବା ଉଚିତ।ଏହି ସର୍ଭେରୁ ମିଳିଥିବା ସୂଚନା ଅନୁସାରେ, ପ୍ରତି ଏକ ଶହ ଜଣରେ ପ୍ରାୟ ପନ୍ଦର ଜଣ ଛାତ୍ରଛାତ୍ରୀ ଦୀର୍ଘକାଳୀନ ଚାପ ଓ ମାନସିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେହିପରି ଅନେକ ଶିକ୍ଷାର୍ଥୀଙ୍କ ମନରେ ବିଭିନ୍ନ ଚିନ୍ତାଧାରା ଆସୁଥିବା ବେଳେ ପ୍ରାୟ ଚଉତିରିଶ ପ୍ରତିଶତ ଛାତ୍ରଛାତ୍ରୀ କ୍ୟାମ୍ପସରେ ନିଜକୁ ଅସହଜ ମଣୁଥିବା ପ୍ରକାଶ କରିଛନ୍ତି। ତେବେ ଟାସ୍କଫୋର୍ସ ସ୍ପଷ୍ଟ କରିଛି ଯେ ଏହା ସମ୍ପୂର୍ଣ୍ଣ ଶିକ୍ଷାର୍ଥୀ ସମୁଦାୟର ସମସ୍ତ ଚିତ୍ର ନୁହେଁ, ବରଂ ଏକ ପ୍ରାରମ୍ଭିକ ଓ ଆନୁମାନିକ ଫଳାଫଳ ଅଟେ।ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକରେ କାଉନସେଲିଂ ଏବଂ ପରାମର୍ଶ ବ୍ୟବସ୍ଥାର ଅଭାବ ଥିବା ନେଇ ମଧ୍ୟ ଅନେକ ଛାତ୍ରଛାତ୍ରୀ ମତ ପ୍ରକାଶ କରିଛନ୍ତି। ଟାସ୍କଫୋର୍ସ ଏହାର ଚୂଡ଼ାନ୍ତ ରିପୋର୍ଟ ଆଗାମୀ ଅକ୍ଟୋବର ଏକତିରିଶ ସୁଦ୍ଧା ଅଦାଲତରେ ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି।ଉଚ୍ଚଶିକ୍ଷା କ୍ଷେତ୍ରରେ ପାଠପଢ଼ା ସହିତ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ସୁସ୍ଥତା ଏବଂ ସକାରାତ୍ମକ ବାତାବରଣ ସୃଷ୍ଟି କରିବା ପାଇଁ ଉଚିତ ପରାମର୍ଶ ଓ ବ୍ୟବସ୍ଥା ଗ୍ରହଣ କରାଯିବା ନିତାନ୍ତ ଜରୁରୀ ହୋଇପଡ଼ିଛି।