\n\n\n\n\n\n\n

କେବେ ବଢ଼ିବ ଦରମା? ଗର୍ଜିଲେ ଡାକ ସେବକ !

ଗ୍ରାମୀଣ ଡାକ ସେବକଙ୍କ ୭ ଦଫା ଦାବିକୁ ନେଇ କଳାହାଣ୍ଡିରେ ଦିନିକିଆ ଧାରଣା। ଦରମା ବୃଦ୍ଧିଠାରୁ ଆରମ୍ଭ କରି ପେନ୍‌ସନ୍‌, ଚିକିତ୍ସା ସୁବିଧା ଓ କାର୍ଯ୍ୟଚାପ ହ୍ରାସ ଭଳି ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ସଂଘ।

ଅକ୍ଟୋବର ୧୫ ତାରିଖ ଗୁରୁବାର ଦିନ ଅଲ୍ ଇଣ୍ଡିଆ ଗ୍ରାମୀଣ ଡାକ ସେବକ ସଂଘର କଳାହାଣ୍ଡି ଡିଭିଜନାଲ୍ ବ୍ରାଞ୍ଚ ପକ୍ଷରୁ ଡିଭିଜନ୍ ଅଫିସ୍ ସମ୍ମୁଖରେ ଏହି ଧାରଣା ଦିଆଯାଇଛି।

ଗ୍ରାମୀଣ ଡାକ ସେବକଙ୍କ ଦରମା, ଭତ୍ତା ଓ ସେବା ସର୍ତ୍ତର ସଂଶୋଧନ ପାଇଁ ପୃଥକ ବେତନ କମିଟି ଗଠନ ସହ ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗରେ ସାମିଲ କରିବାକୁ ଦାବି ହୋଇଛି। ଏଥିସହ ପେନ୍‌ସନ୍‌, ଗ୍ରାଚ୍ୟୁଇଟି, ଚିକିତ୍ସା ସୁବିଧା, ଉନ୍ନତ ଭିତ୍ତିଭୂମି ଓ ଅତ୍ୟଧିକ କାର୍ଯ୍ୟଚାପ ବନ୍ଦ କରିବାକୁ ମଧ୍ୟ ସଂଘ ଦାବି କରିଛି।

ତେବେ ଗ୍ରାମୀଣ ଡାକ ସେବକଙ୍କ ଏହି ୭ ଦଫା ଦାବି ଉପରେ ବିଭାଗୀୟ କର୍ତ୍ତୃପକ୍ଷ କେବେ ପଦକ୍ଷେପ ନେଉଛନ୍ତି, ଏବେ ତାହା ଉପରେ ନଜର।