କଲେଜ କ୍ୟାମ୍ପସରେ ଏବେ ନିର୍ବାଚନୀ ମାହୋଲ୍। ଆଉ ମାତ୍ର ଦୁଇ ଦିନ ବାକି ଥିବାରୁ ଭବାନୀପାଟଣାର ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଜମୁଛି ଛାତ୍ର ସଂସଦ ନିର୍ବାଚନ ପ୍ରଚାର।
ନିଜ ସପକ୍ଷରେ ଭୋଟ୍ ହାତେଇବାକୁ ପ୍ରାର୍ଥୀ ଓ ସମର୍ଥକମାନେ ଜୋରଦାର ଉଦ୍ୟମ ଚଳାଇଛନ୍ତି। କିଏ ପାମ୍ପଲେଟ୍ ବାଣ୍ଟୁଛନ୍ତି, ତ ଆଉ କିଏ ବିଭିନ୍ନ ବିଭାଗ ବୁଲି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରୁଛନ୍ତି।
ନିଜର ଯୋଜନା ଓ ଭାବନା ରଖିବା ସହ ଭୋଟରଙ୍କ ସମର୍ଥନ ହାସଲ ପାଇଁ ଚାଲିଛି ପ୍ରୟାସ। ଅନ୍ୟପଟେ କାହାକୁ ବାଛିବେ, ସେନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବି ଚର୍ଚ୍ଚା ଜୋର୍ ଧରିଛି।
ନିର୍ବାଚନ ପାଖେଇ ଆସୁଥିବାରୁ ପ୍ରଚାର ପାଇଁ ସମୟ କମ୍ ରହିଛି। ତେଣୁ ଆଗାମୀ ଦୁଇ ଦିନ ପ୍ରାର୍ଥୀଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। କିଏ ଜିତିବ ଛାତ୍ରଛାତ୍ରୀଙ୍କ ବିଶ୍ୱାସ, ତାହା ନିର୍ବାଚନ ଫଳାଫଳ ପରେ ସ୍ପଷ୍ଟ ହେବ।
