ଆସୁଛି ମହାପ୍ରଳୟ! ବିଶ୍ୱକୁ ଦୋହଲାଇଦେବ ‘ସୁପର ଏଲ୍ ନିନୋ’!
ପୁଣି ଦୋହରାଇବ କି ଭୟଙ୍କର ଇତିହାସ ?
ବଦଳିଯିବ ପୃଥିବୀର ପାଣିପାଗ! କେଉଁଠି ମରୁଡ଼ି ତ କେଉଁଠି ମହାବନ୍ୟା!
ଭାରତ ପାଇଁ ଆସୁଛି ମହାବିନାଶ !
ଭାଙ୍ଗିଯିବ ସବୁ ରେକର୍ଡ! ଇତିହାସର ସବୁଠୁ ଉତ୍ତପ୍ତ ବର୍ଷ ହେବ ୨୦୨୭ !
୨୦୨୬ ମସିହା… ସାରା ବିଶ୍ୱ ପାଇଁ ସାଜିଛି ଏକ ବଡ଼ ଚେତାବନୀ! କେଉଁଠି ଗ୍ରୀଷ୍ମ ପ୍ରବାହର ସମସ୍ତ ରେକର୍ଡ ଭାଙ୍ଗୁଛି ତ କେଉଁଠି ଦୁର୍ବଳ ମୌସୁମୀ ଯୋଗୁଁ ମରୁଡ଼ିର କରାଳ ରୂପ ଦେଖିବାକୁ ମିଳୁଛି। ଆଉ କେଉଁଠି ଅଦିନିଆ ବନ୍ୟା ମହାବିପତ୍ତି ଆଣୁଛି। କିନ୍ତୁ ଆପଣ ଜାଣନ୍ତି କି, ଏହି ସବୁ ପଛରେ ରହିଛି ଏକ ଭୟଙ୍କର ପ୍ରାକୃତିକ ଶକ୍ତି, ଯାହାର ନାଁ ହେଉଛି— ‘ସୁପର ଏଲ୍ ନିନୋ’
ଆମେରିକାର ପାଣିପାଗ ସଂସ୍ଥା NOAA ର ଏକ ଚାଞ୍ଚଲ୍ୟକର ରିପୋର୍ଟ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି। ଏହି ରିପୋର୍ଟ ଅନୁସାରେ, ୨୦୨୬ ଅକ୍ଟୋବରରୁ ୨୦୨୭ ଫେବୃଆରୀ ମଧ୍ୟରେ ପୃଥିବୀ ଏକ ମହାଶକ୍ତିଶାଳୀ ‘ସୁପର ଏଲ୍ ନିନୋ’ର ସାମ୍ନା କରିବାକୁ ଯାଉଛି। ଯଦି ଏହା ଘଟେ, ତେବେ ଏହା ଇତିହାସର ସବୁଠାରୁ ଶକ୍ତିଶାଳୀ ଏଲ୍ ନିନୋ ପ୍ରମାଣିତ ହୋଇପାରେ।
ଇତିହାସର ସେହି କଳା ଅଧ୍ୟାୟକୁ ମନେ ପକାନ୍ତୁ, ଯେତେବେଳେ ୧୮୭୭ ମସିହାରେ ଏହି ଏଲ୍ ନିନୋ ଯୋଗୁଁ ବିଶ୍ୱବ୍ୟାପୀ ମହାଦୁର୍ଭିକ୍ଷ ଦେଖାଦେଇଥିଲା ଏବଂ ପ୍ରାୟ ୫ କୋଟିରୁ ଅଧିକ ଲୋକ ପ୍ରାଣ ହରାଇଥିଲେ, ଯାହା ସେତେବେଳର ବିଶ୍ୱ ଜନସଂଖ୍ୟାର ପ୍ରାୟ ୩ ପ୍ରତିଶତ ଥିଲା!
ବର୍ତ୍ତମାନ ଭାରତ ଉପରେ ବି ଏହାର କଳାବାଦଲ ମାଡ଼ି ଆସୁଛି। ଭାରତୀୟ ପାଣିପାଗ ବିଭାଗ (IMD) ର ପୂର୍ବାନୁମାନ ଅନୁସାରେ, ମେ ୨୬ ଆଡ଼କୁ କେରଳରେ ମୌସୁମୀ ଆଗୁଆ ପହଞ୍ଚିଯିବ ସତ, କିନ୍ତୁ ଏହି ଖୁସି ବେଶୀ ସମୟ ରହିବ ନାହିଁ। ଆଇଏମଡି ପକ୍ଷରୁ କୁହାଯାଇଛି ଯେ, ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ଠାରୁ କମ୍, ଅର୍ଥାତ୍ ମାତ୍ର ୯୨ ପ୍ରତିଶତ ହୋଇପାରେ। ଏପରିକି ୩୫ ପ୍ରତିଶତ ଆଶଙ୍କା ରହିଛି ଯେ ବର୍ଷା ଅତି ନିମ୍ନ ସ୍ତରକୁ ଚାଲିଯିବ। ବିଶେଷ କରି ଚାଷ କାର୍ଯ୍ୟ କରୁଥିବା ବର୍ଷା-ନିର୍ଭରଶୀଳ ଅଞ୍ଚଳଗୁଡ଼ିକ ଏହା ଦ୍ୱାରା ସବୁଠାରୁ ବେଶି ପ୍ରଭାବିତ ହେବେ। ମୌସୁମୀ ଆଗୁଆ ଆସିଲେ ମଧ୍ୟ ଏଲ୍ ନିନୋର ପ୍ରଭାବ ସାରା ସିଜନ୍କୁ ଦୁର୍ବଳ କରିଦେବ।
ଏହା ପୂର୍ବରୁ ୨୦୨୩-୨୪ର ଏଲ୍ ନିନୋ ଯୋଗୁଁ ୨୦୨୪ ମସିହା ବିଶ୍ୱର ସବୁଠାରୁ ଉତ୍ତପ୍ତ ବର୍ଷ ପାଲଟିଥିଲା। କିନ୍ତୁ ପାଣିପାଗ ବୈଜ୍ଞାନିକ ପ୍ରଫେସର ପଲ୍ ରାଉଣ୍ଡିଙ୍କ ମତରେ, ଯଦି ଆଗାମୀ ଏଲ୍ ନିନୋ ଆହୁରି ଶକ୍ତିଶାଳୀ ହୁଏ, ତେବେ ୨୦୨୭ ମସିହା ପୃଥିବୀର ସବୁ ରେକର୍ଡ ଭାଙ୍ଗି ସବୁଠାରୁ ଗରମ ବର୍ଷ ସାଜିବ। ଏହା ନିଜର ପୁରୁଣା ରେକର୍ଡକୁ ନିଜେ ହିଁ ଭାଙ୍ଗିଦେବ।
୧୮୭୦ ମସିହା ପରେ ଏହା ସବୁଠାରୁ ବଡ଼ ଏଲ୍ ନିନୋ ହେବାକୁ ଯାଉଛି। ତେବେ ଆପଣମାନେ କଣ ଏହି ମହାସଙ୍କଟର ସାମ୍ନା କରିବାକୁ ପ୍ରସ୍ତୁତ? ଆପଣଙ୍କର କଣ ମତ, କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ ଏବଂ ପାଣିପାଗର ଏହି ବଡ଼ ଅପଡେଟ୍ ପାଇଁ ଆମ ଚ୍ୟାନେଲକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରନ୍ତୁ।
