ସୁପ୍ରିମକୋର୍ଟରେ ଫସିଲେ ଟଙ୍କଧର! ଚାଲିଯିବ ବିଧାୟକ ପଦ !

ଝାରସୁଗୁଡ଼ା ରାଜନୀତିରେ ମହାଭୂମିକମ୍ପ

ସୁପ୍ରିମକୋର୍ଟରେ ହାରିଲେ ଟଙ୍କଧର!

ଦୀପାଳିଙ୍କୁ ବଡ଼ ଆଶ୍ୱସ୍ତି, ଟଙ୍କଧରଙ୍କୁ ଶକ୍ତ ଝଟକା

ଝାରସୁଗୁଡ଼ା ନିର୍ବାଚନୀ ବିବାଦ ନେଲା ରୋଚକ ମୋଡ଼!

ଝାରସୁଗୁଡ଼ା ରାଜନୀତିରେ ଆସିଛି ଏକ ବଡ଼ ରାଜନୈତିକ ଭୂମିକମ୍ପ! ଦୀର୍ଘ ଦିନର ଆଇନଗତ ଲଢ଼େଇ ଭିତରେ ସର୍ବୋଚ୍ଚ ନ୍ୟାୟାଳୟରୁ ଆସିଛି ଏକ ଏମିତି ରାୟ, ଯାହା ସାରା ରାଜ୍ୟ ରାଜନୀତିରେ ଚହଳ ପକାଇ ଦେଇଛି। ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ଶକ୍ତ ଝଟକା! ଆଉ ଅନ୍ୟପଟେ ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। କାହିଁକି ଆଉ କିପରି? ଆସନ୍ତୁ ଜାଣିବା ଏହି ପୂରା ରିପୋର୍ଟରେ…

ଦର୍ଶକବନ୍ଧୁ, ଝାରସୁଗୁଡ଼ା ନିର୍ବାଚନକୁ ନେଇ ଦୀପାଳି ଦାସ ଓଡ଼ିଶା ହାଇକୋର୍ଟରେ ଯେଉଁ ନିର୍ବାଚନୀ ପିଟିସନ ଦାୟର କରିଥିଲେ, ତାହାକୁ ପ୍ରାରମ୍ଭିକ ପର୍ଯ୍ୟାୟରୁ ହିଁ ରଦ୍ଦ କରିଦେବା ପାଇଁ ଅଣ୍ଟା ଭିଡ଼ିଥିଲେ ଟଙ୍କଧର। ଶପଥପତ୍ରରେ ବୈଷୟିକ ତ୍ରୁଟି ଥିବା ଦର୍ଶାଇ ମାମଲାକୁ ବନ୍ଦ କରିବାକୁ ସେ ଚାହୁଁଥିଲେ। ହାଇକୋର୍ଟ ଯେବେ ତାଙ୍କ ଆବେଦନକୁ ଅଗ୍ରାହ୍ୟ କଲେ, ସେ ସିଧା ଦୌଡ଼ିଥିଲେ ସୁପ୍ରିମକୋର୍ଟ। କିନ୍ତୁ ସେଠାରେ ବି ତାଙ୍କୁ ନିରାଶ ହେବାକୁ ପଡ଼ିଲା।

ସୁପ୍ରିମକୋର୍ଟଙ୍କ ଡାଏରୀ ନମ୍ବର ୧୭୨୭୪ ଅନୁଯାୟୀ, ମଇ ୧୧ ତାରିଖରେ ଭାରତର ପ୍ରଧାନ ବିଚାରପତି ଏବଂ ଜଷ୍ଟିସ ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠରେ ହେଲା ଶୁଣାଣି। କୋର୍ଟ ବିଳମ୍ବକୁ ତ କ୍ଷମା କରିଦେଲେ, କିନ୍ତୁ ଆବେଦନରେ କୌଣସି ଦୃଢ଼ ଆଧାର ନଥିବା ଦର୍ଶାଇ ଏହାକୁ ସିଧାସଳଖ ଖାରଜ କରିଦେଲେ! ଏହା ସହ ମାମଲାଟି ଏବେ ସୁପ୍ରିମକୋର୍ଟରେ ସମ୍ପୂର୍ଣ୍ଣ ଡିସପୋଜ୍ଡ ହୋଇଯାଇଛି। ସେପଟେ ଦୀପାଳିଙ୍କ ପକ୍ଷରୁ ଆଇନଜୀବୀ ଅଭିଜ୍ଞାନ ଝା ସୁପ୍ରିମକୋର୍ଟରେ କ୍ୟାଭିଏଟ୍ ଦାଖଲ କରି ନିଜର ଆଇନଗତ ରଣନୀତିକୁ ଆହୁରି ମଜବୁତ କରିଛନ୍ତି।

ତେବେ ବର୍ତ୍ତମାନ ବଡ଼ ପ୍ରଶ୍ନ, ଆଗକୁ କ’ଣ ହେବ? ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଏବେ ଓଡ଼ିଶା ହାଇକୋର୍ଟରେ ପୂର୍ବବତ୍ ଚାଲିବ ଦୀପାଳିଙ୍କ ନିର୍ବାଚନୀ ମାମଲାର ଶୁଣାଣି। ଯେଉଁ ବୈଷୟିକ ଆଧାରରେ ଟଙ୍କଧର ଖସିଯିବାକୁ ଚେଷ୍ଟା କରୁଥିଲେ, ସେଥିରେ ସେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଝାରସୁଗୁଡ଼ା ରାଜନୀତି ଏବେ ନେଇଛି ଏକ ନୂଆ ମୋଡ଼। କାହା ସପକ୍ଷରେ ଯିବ ହାଇକୋର୍ଟଙ୍କ ଚୂଡ଼ାନ୍ତ ରାୟ? ଟଙ୍କଧରଙ୍କ ବିଧାୟକ ପଦ ରହିବ ନା ଯିବ? ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *