କୁକୁର ପ୍ରେମୀଙ୍କୁ ସୁପ୍ରିମକୋର୍ଟଙ୍କ ଶକ୍ତ ଝଟକା!
ରାସ୍ତାରେ ଆଉ ଦିଶିବେନି ବୁଲା କୁକୁର
ସ୍କୁଲ, ହସ୍ପିଟାଲ ଓ ରାଜପଥରୁ ହଟିବେ କୁକୁର
ବିପଦପୂର୍ଣ୍ଣ କୁକୁରଙ୍କୁ ଦିଆଯିବ ଇଞ୍ଜେକ୍ସନ!
ଟିକାକରଣ ପରେ ବି ଛଡ଼ାଯିବନି ମୁକ୍ତ
ନିୟମ ଲାଗୁରେ ବାଧା ଦେଲେ ହେବ ବଡ କାର୍ଯ୍ୟାନୁଷ୍ଠାନ
ଆପଣ କୁକୁର ପ୍ରେମୀ କି? ରାସ୍ତାରେ ବୁଲୁଥିବା କୁକୁରଙ୍କୁ ଦେଖିଲେ ଆପଣଙ୍କ ମନରେ ବି ଦୟା ଆସୁଛି କି? ତେବେ ସାବଧାନ! କାରଣ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏବେ ଶୁଣାଇଛନ୍ତି ଏକ ଏମିତି ରାୟ, ଯାହା ସାରା ଦେଶର କୁକୁର ପ୍ରେମୀଙ୍କ ନିଦ ହଜାଇ ଦେଇଛି। ଏଥର ବଦଳିବନି ନିଷ୍ପତ୍ତି, ରାସ୍ତାରୁ ସବୁଦିନ ପାଇଁ ଉଭାନ ହେବେ ବୁଲା କୁକୁର!
ସୁପ୍ରିମକୋର୍ଟ ସ୍ପଷ୍ଟ କରିଦେଇଛନ୍ତି ଯେ ‘ମଣିଷର ଜୀବନ ସବୁଠାରୁ ଅଧିକ ମୂଲ୍ୟବାନ’। ରାସ୍ତାରୁ ବୁଲା କୁକୁର ହଟାଇବା ନେଇ ୨୦୨୫ରେ ଦିଆଯାଇଥିବା ନିର୍ଦ୍ଦେଶ କାଏମ ରହିବ। ଯେଉଁ ଆବେଦନକାରୀମାନେ ଦାବି କରୁଥିଲେ ଯେ କୁକୁରଙ୍କୁ ବନ୍ଧ୍ୟାକରଣ କରି ପୁଣି ଥରେ ରାସ୍ତାକୁ ଛାଡିଦିଆଯାଉ, କୋର୍ଟ ସେହି ସମସ୍ତ ଆବେଦନକୁ ରିଜେକ୍ଟ କରିଦେଇଛନ୍ତି। ଅର୍ଥାତ୍ ଟିକାକରଣ ପରେ ମଧ୍ୟ କୁକୁରମାନଙ୍କୁ ଆଉ ମୁକ୍ତ କରାଯିବ ନାହିଁ।
ସବୁଠାରୁ ବଡ଼ ଖବର ହେଉଛି, ଯଦି କୌଣସି କୁକୁର ରାବିଜ୍ ଆକ୍ରାନ୍ତ କିମ୍ବା ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇଥାଏ, ତେବେ ତାକୁ ଇଞ୍ଜେକ୍ସନ ଦେଇ ଇଚ୍ଛାମୃତ୍ୟୁ ଦିଆଯାଇପାରିବ। ଗୋଟିଏ ପଟେ ରାଜସ୍ଥାନ ଓ ତାମିଲନାଡୁରେ ଲକ୍ଷ ଲକ୍ଷ କୁକୁର କାମୁଡ଼ା ଘଟଣା ସାମ୍ନାକୁ ଆସୁଥିବା ବେଳେ, କୋର୍ଟଙ୍କ ଏହି କଠୋର ଆଭିମୁଖ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ। ସ୍କୁଲ, କଲେଜ, ଡାକ୍ତରଖାନା, ବସ୍ ଷ୍ଟାଣ୍ଡ ଏବଂ ଜାତୀୟ ରାଜପଥରୁ ବୁଲା କୁକୁରଙ୍କୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଉ ପ୍ରତ୍ୟେକ ଜିଲ୍ଲାରେ ଖୋଲିବ ଆନିମଲ୍ ବାର୍ଥ କଣ୍ଟ୍ରୋଲ୍ (ABC) କେନ୍ଦ୍ର।
ଆଉ ଏକ ଖାସ୍ କଥା! ଯଦି କେହି ଏହି ସରକାରୀ ପ୍ରକ୍ରିୟାରେ ବାଧା ସୃଷ୍ଟି କରନ୍ତି, ତେବେ ତାଙ୍କୁ କୋର୍ଟ ଅବମାନନାର ସାମ୍ନା କରିବାକୁ ପଡ଼ିବ। ନିୟମ ଲାଗୁ କରୁଥିବା ପୌର ନିଗମ ଅଧିକାରୀଙ୍କ ନାଁରେ କୌଣସି ଏଫଆଇଆର୍ ରୁଜୁ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସଫା ସଫା ଶୁଣାଇଦେଇଛନ୍ତି। ତେବେ ସୁପ୍ରିମକୋର୍ଟଙ୍କ ଏହି ଐତିହାସିକ ନିଷ୍ପତ୍ତି ପରେ ବୁଲା କୁକୁର ଆତଙ୍କରୁ ଲୋକଙ୍କୁ କେବେ ମିଳିବ ସମ୍ପୂର୍ଣ୍ଣ ଆଶ୍ୱସ୍ତି? ତାହା ଉପରେ ଏବେ ସମସ୍ତଙ୍କ ନଜର। ତେବେ ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଆପଣଙ୍କ ମତ କଣ କମେଣ୍ଟ ବାକ୍ସରେ ଆମକୁ ଜଣାନ୍ତୁ |
