ରାୟଗଡ଼ାରେ ୬,୦୦୦ ବୀଜ ବଲ୍ ପ୍ରସ୍ତୁତ
“ଆଜିର ବୀଜ ବଲ୍, ଆସନ୍ତାକାଲିର ଜଙ୍ଗଲ” – ଏହି ସଂକଳ୍ପକୁ ନେଇ ସବୁଜ ରାୟଗଡ଼ା ଗଠନ ପାଇଁ ଅଣ୍ଟା ଭିଡିଛି ଶାଲାର ଫାଉଣ୍ଡେସନ। ପରିବେଶ ସୁରକ୍ଷା ଓ ବନୀକରଣ କ୍ଷେତ୍ରରେ ଏକ ଅଭିନବ ପ୍ରୟାସ ସ୍ୱରୂପ ଉଦୟପୁରରେ ପ୍ରସ୍ତୁତ କରାଯାଇଛି ୬,୦୦୦ ବୀଜ ବଲ୍।
ରାୟଗଡ଼ା ବ୍ଲକ୍ କୁମ୍ଭିକୋଟା ପଞ୍ଚାୟତ ଅନ୍ତର୍ଗତ ଉଦୟପୁର ଗ୍ରାମରେ ଆଜି ଦେଖିବାକୁ ମିଳିଛି ଏକ ନିଆରା ପରିବେଶ ସୁରକ୍ଷା ଅଭିଯାନ। ଜୈବ ବିବିଧତାର ସଂରକ୍ଷଣ ଏବଂ ସବୁଜ ଭବିଷ୍ୟତ ନିର୍ମାଣ ଉଦ୍ଦେଶ୍ୟରେ ଶାଲାର ଫାଉଣ୍ଡେସନ ପକ୍ଷରୁ ୬,୦୦୦ଟି ବୀଜ ବଲ୍ ପ୍ରସ୍ତୁତ କରାଯାଇଛି।
ସ୍ୱର୍ଣ୍ଣଲତା ପାଣିଗ୍ରାହୀ (କର୍ମକର୍ତ୍ତା, ଶାଲାର ଫାଉଣ୍ଡେସନ)ଶାଲାର ଫାଉଣ୍ଡେସନର ଅଧ୍ୟକ୍ଷ ଶ୍ରୀ ପ୍ରମୋଦ କୁମାର ପଣ୍ଡାଙ୍କ ସୂଚନା ଅନୁଯାୟୀ, ଅନାବାଦୀ ଓ ପାହାଡ଼ିଆ ଅଞ୍ଚଳରେ ସାଧାରଣ ବୃକ୍ଷରୋପଣ କଷ୍ଟକର ହୋଇଥିବା ବେଳେ ବୀଜ ବଲ୍ ଏକ ସହଜ ଓ ପ୍ରଭାବଶାଳୀ ମାଧ୍ୟମ। ଆଗାମୀ ବର୍ଷା ଋତୁରେ ଏହି ବଲ୍ଗୁଡ଼ିକୁ ବିଭିନ୍ନ ଫାଙ୍କା ସ୍ଥାନରେ ବିକ୍ଷେପ କରାଯିବ। କାର୍ଯ୍ୟକ୍ରମରେ ଦୀପ୍ତିମୟୀ ନାୟକ, ନର୍ସି କୁଲେସିକାଙ୍କ ସମେତ ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ୬ ଜଣ ଇଣ୍ଟର୍ନ ଛାତ୍ରଛାତ୍ରୀ ମଧ୍ୟ ଉତ୍ସାହର ସହ ସାମିଲ ହୋଇଥିଲେ।ରଞ୍ଜନ ମାଣ୍ଡାଙ୍ଗୀ (କର୍ମକର୍ତ୍ତା, ଶାଲାର ଫାଉଣ୍ଡେସନ) ଇଣ୍ଟର୍ନ ଛାତ୍ର/ଛାତ୍ରୀ (ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ) ପରିବେଶର ଭାରସାମ୍ୟ ରକ୍ଷା କରିବା ଦିଗରେ ଶାଲାର ଫାଉଣ୍ଡେସନର ଏହି ପଦକ୍ଷେପ ନିଶ୍ଚିତ ଭାବେ ପ୍ରଶଂସନୀୟ। ଆଗାମୀ ଦିନରେ ଏହି ଛୋଟ ବୀଜ ବଲ୍ ଗୁଡ଼ିକ ଏକ ବିରାଟ ସବୁଜ ଜଙ୍ଗଲର ରୂପ ନେବ ବୋଲି ଆଶା କରାଯାଉଛି।
