\n\n\n\n\n\n\n

‘ଆମ ବସ୍’ ରେ ବଡ଼ ଶୋଷଣ ! ୮୦ ହଜାର ଦେଇ ବି ଗଲା ଚାକିରି!

୮୦ ହଜାର ଦେଇ ବି ଗଲା ଚାକିରି!

‘ଆମ ବସ୍’ କର୍ମଚାରୀଙ୍କ ସାଂଘାତିକ ଅଭିଯୋଗ

ପଇସା ଲୋଭରେ ଛଡ଼ାଇ ନେଲେ ଗରିବର ଜୀବିକା!

୧ ଲକ୍ଷ ୨୦ ହଜାର ଟଙ୍କା ନଦେବାରୁ ଚାକିରି ଗଲା! ‘ଆମ ବସ୍’ରେ କର୍ମଚାରୀଙ୍କୁ ଏମିତି କରାଯାଉଛି ଶୋଷଣ। ଏଭଳି ସାଂଘାତିକ ଅଭିଯୋଗ ଆସିଛି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ କନ୍ଦାମୁଣ୍ଡା ଗ୍ରାମରୁ। ଅଭିଯୋଗକାରୀ ହେଉଛନ୍ତି ଟିକମ ସିଂ ତାଣ୍ଡି।

ସେ ଗତ ଜୁନ୍ ମାସରୁ ‘ଆମ ବସ୍’ରେ କଣ୍ଟ୍ରାକ୍ଟର ଭାବେ କାମ କରି ପରିବାର ଚଳାଉଥିଲେ। ଅଭିଯୋଗ ଅନୁଯାୟୀ, ବସ୍ ସୁପରଭାଇଜର ମିଥୁନ ପାଇକ ତାଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା ଦାବି କରିଥିଲେ। ଚାପରେ ପଡ଼ି ଟିକମ ୮୦ ହଜାର ଟଙ୍କା ଦେଇଥିଲେ ମଧ୍ୟ ବାକି ୪୦ ହଜାର ଦେଇ ନପାରିବାରୁ ତାଙ୍କୁ ହଠାତ୍ କାମରୁ ବାହାର କରିଦିଆଗଲା।

ଜୀବିକା ହରାଇ ଏବେ ଏହି ଗରିବ ପରିବାର ଘୋର ଆର୍ଥିକ ଓ ମାନସିକ ସଙ୍କଟରେ ପଡ଼ିଛି। ଘଟଣାର ଏକ ଉଚ୍ଚସ୍ତରୀୟ ତଥା ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ନ୍ୟାୟ ପ୍ରଦାନ କରିବାକୁ ପ୍ରଶାସନ ନିକଟରେ ଟିକମ ଓ ତାଙ୍କ ପତ୍ନୀ ଆକୁଳ ନିବେଦନ କରିଛନ୍ତି।