୧୭ ବର୍ଷର ନିର୍ବାସନ ପରେ ବସିବେ ପ୍ରଧାନମନ୍ତ୍ରୀ ଆସନରେ
ନିର୍ବାସନରୁ ନୂଆ ପ୍ରଧାନମନ୍ତ୍ରୀର ଯାତ୍ରା
କେମିତି ତାରିକ୍ ରେହମାନଙ୍କୁ ସାଥ୍ ଦେଲା ଭାଗ୍ୟ ?
ବାଂଲାଦେଶ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଘଟିଛି। ଦୀର୍ଘ ୧୭ ବର୍ଷର ପ୍ରତୀକ୍ଷା ଏବଂ ନିର୍ବାସନ ପରେ ଦେଶ ପାଇବାକୁ ଯାଉଛି ନୂଆ ପ୍ରଧାନମନ୍ତ୍ରୀ। ବାଂଲାଦେଶରେ ହୋଇଥିବା ସାଧାରଣ ନିର୍ବାଚନରେ ତାରିକ୍ ରହମାନଙ୍କ ନେତୃତ୍ୱରେ ବାଂଲାଦେଶ ଜାତୀୟତାବାଦୀ ଦଳ (BNP) ବୃହତ ବିଜୟ ହାସଲ କରିଛି। ଏହି ସଫଳତା ସହ ୬୦ ବର୍ଷୀୟ ତାରିଖ୍ ରହମାନ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ଦଳ ନିର୍ବାଚନରେ ଏକ ତରଫା ବିଜୟ ହାସଲ କରିଛି । ଏହି ନିର୍ବାଚନରେ BNP ଦଳ ୩୦୦ ରୁ ୨୯୨ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ଅନ୍ୟପଟେ ବିଏନପି ସାମ୍ନାରେ ଜମାତ-ଇ-ଇସଲାମି ନେତୃତ୍ୱରେ ୧୧ଟି ଦଳର ମେଣ୍ଟ ରହିଥିଲା। ତେବେ ଶେଖ ହସିନାଙ୍କ ଦଳ ଆୱାମୀ ଲିଗ୍ର ପଞ୍ଜିକରଣ ବାତିଲ ହୋଇଥିବାରୁ ଏହା ନିର୍ବାଚନରେ ଭାଗ ନେଇପାରିନଥିଲା। ତେବେ ନୂଆ ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବା
କିଏ ଏହି ତାରିଖ୍ ରହମାନ?
ଯାହାଙ୍କ ନେତୃତ୍ୱରେ BNP ବୃହତ ବିଜୟ ହାସଲ କରିଛି

ତାରିଖ୍ ରହମାନ ହେଉଛନ୍ତି ବାଂଲାଦେଶର ପୂର୍ବତନ ରାଷ୍ଟ୍ରପତି ଜିଆଉର ରହମାନ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ବଡ ପୁଅ। ମାଆଙ୍କ ମୃତ୍ୟୁର କିଛି ଦିନ ପୂର୍ବରୁ ସେ ବାଂଲାଦେଶ ଆସିଥିଲେ । ତାଙ୍କୁ ଦେଶରୁ ବିତାଡିତ କରିଦିଆଯାଇଥିଲା । କିନ୍ତୁ ଭାଗ୍ୟ ତାଙ୍କୁ ସାଥ୍ ଦେଇଥିଲା । ପ୍ରତ୍ୟାବର୍ତ୍ତନ ପରେ ଅନୁଷ୍ଠିତ ନିର୍ବାଚନରେ ସେ ଜିତିବା ସହ ଦେଶର ଆଗାମୀ ପ୍ରଧାନମନ୍ତ୍ରୀ ହେବେ । ଜିୟାଙ୍କ ମୃତ୍ୟୁ ପରେ ରେହମାନ ବିଏନପିର ମଙ୍ଗ ସମ୍ଭାଳିଥିଲେ । ଏହାପୂର୍ବରୁ ସେ ଦଳର କାର୍ଯ୍ୟକାରୀ ସଭାପତି ଥିଲେ । ଖାଲିଦାଙ୍କ ମୃତ୍ୟୁ ପରେ ସେ ସଭାପତି ନିର୍ବାଚିତ ହୋଇଥିଲେ । ତାଙ୍କୁ ଦଳୀୟ କର୍ମୀ ଡାର୍କ୍ ପ୍ରିନ୍ସ୍ କହିଥାନ୍ତି । ୨୦୦୧ରୁ ୨୦୦୬ ମଧ୍ୟରେ ଦେଶରେ ବିଏନପି ଏବଂ ଜମାତ ମଧ୍ୟରେ ମେଣ୍ଟ ସରକାର ଥିଲା । ଏହି ସମୟରେ ଖାଲିଦା ପ୍ରଧାନମନ୍ତ୍ରୀ ଥିଲେ । କିନ୍ତୁ ରେହମାନଙ୍କୁ ସୁପର୍ ପିଏମ୍ କୁହାଯାଉଥିଲା । ଦଳ ସହ ଦେଶର ନୀତି ନିର୍ଦ୍ଧାରଣ ତାଙ୍କ ଇଶାରାରେ ହେଉଥିଲା । ତେବେ ୨୦୦୭ରେ ରହମାନଙ୍କୁ ଗିରଫ କରାଯାଇଥିଲା । ଏହାପରେ ୨୦୦୮ରେ ସେଖ୍ ହାସିନା ପ୍ରଧାନମନ୍ତ୍ରୀ ହେଲା ପରେ ତାଙ୍କ ବିରୋଧରେ ଅନେକ ମାମଲା ଲାଗିଥିଲା । ପରେ ସେ ଦେଶ ଛାଡି ଲଣ୍ଡନ ପଳାଇଥିଲେ । ତାରିକ ଦୀର୍ଘ ବର୍ଷ ହେଲା ଲଣ୍ଡନରେ ଥିଲେ । ସେ ୧୭ ବର୍ଷ ପରେ ବାଂଲାଦେଶକୁ ଫେରିଛନ୍ତି । ସେ ଢାକା ଏବଂ ବୋଗୁରା ଆସନରେ ପ୍ରାର୍ଥୀ ହୋଇଥିଲେ । ଉଭୟ ଆସନରେ ତାରିକ୍ ବାଜିମାତ୍ କରିଛନ୍ତି । ଆମେରିକା ମଧ୍ୟ ବିଜୟ ନେଇ ତାରିକଙ୍କୁ ଶୁଭେଚ୍ଛା ଜଣାଇଛି । ତେବେ ସେଖ ହାସିନାଙ୍କ ସମୟରେ ବାଂଲାଦେଶ ଭାରତର ବନ୍ଧୁ ଥିଲା । ଏବେ କିନ୍ତୁ ହାସିନା ନାହାଁନ୍ତି । ବାଂଲାଦେଶ ଏବଂ ଭାରତ ମଧ୍ୟରେ ଭଲ ସମ୍ପର୍କ ନାହିଁ । ତାରିକ ରହମାନ ପ୍ରଧାନମନ୍ତ୍ରୀ ହେଲେ ଭାରତ ସହ କିପରି ସମ୍ପର୍କ ରହିବ ତା ଉପରେ ସମସ୍ତଙ୍କ ନଜର ରହିଛି ।
