ଖୁବଶୀଘ୍ର ଭାରତକୁ ଆସୁଛି ପ୍ଲାଷ୍ଟିକ୍ ଟଙ୍କା !
କାଗଜ ନୋଟ୍ ହେବ ଇତିହାସ !
ଖର୍ଚ୍ଚ କମାଇବାକୁ RBI ର ବଡ଼ ମାଷ୍ଟରପ୍ଲାନ୍
ଏବେ ATM ରୁ ବାହାରିବ ଅତ୍ୟାଧୁନିକ ପଲିମର ନୋଟ୍
୧୦ କି ୨୦ ନୁହେଁ, ୬ ହଜାର କୋଟିରୁ ଅଧିକ ଟଙ୍କାର ଖେଳ !
୬୦ଟି ଦେଶ ପରେ ଏବେ ଭାରତର ପାଳି…
ଖୁବଶୀଘ୍ର ଆସୁଛି ପାଇଲଟ୍ ପ୍ରୋଜେକ୍ଟ
ଖୁବଶୀଘ୍ର ଇତିହାସ ପାଲଟିଯିବ କାଗଜ ନୋଟ | ଆପଣଙ୍କ ହାତକୁ ଆସିବାକୁ ଯାଉଛି ପ୍ଲାଷ୍ଟିକ୍ ଟଙ୍କା | ଡିଜିଟାଲ୍ ପେମେଣ୍ଟର ଏହି ସୁପରଫାଷ୍ଟ ଯୁଗରେ ଏଭଳି ଏକ ଚାଞ୍ଚଲ୍ୟକର ଖବର ଏବେ ସାମ୍ନାକୁ ଆସିଛି। ଆଉ ଏହି ମହାପ୍ରସ୍ତୁତି କରୁଛି ଖୋଦ୍ ଭାରତୀୟ ରିଜର୍ଭ ବ୍ୟାଙ୍କ ବା RBI !
ଆପଣ ଭାବୁଥିବେ ହଠାତ୍ କାହିଁକି ଏମିତି ନିଷ୍ପତ୍ତି ? କାରଣ ହେଉଛି— ଖର୍ଚ୍ଚ ଏବଂ ଡିମାଣ୍ଡ ! ଗୋଟିଏ ପଟେ ବଜାରରେ କ୍ୟାସ୍ ର ଡିମାଣ୍ଡ ରେକର୍ଡ ସ୍ତରରେ ପହଞ୍ଚିଲାଣି। ଅନ୍ୟପଟେ କାଗଜ ନୋଟ୍ ଛାପିବା ପାଇଁ RBI କୁ ପାଣି ଭଳି ଟଙ୍କା ବୋହିବାକୁ ପଡୁଛି। କେବଳ ଗୋଟିଏ ବର୍ଷରେ ଏହି ଖର୍ଚ୍ଚ ପହଞ୍ଚିଛି ୬,୩୭୨ କୋଟି ଟଙ୍କାରେ! ଏତିକି ନୁହେଁ, ବଜାରରୁ ଫେରୁଥିବା ୨୩.୮ ବିଲିୟନ୍ ଖଣ୍ଡ ଚିରାଫଟା ଓ ପୁରୁଣା ନୋଟକୁ ନଷ୍ଟ କରୁ କରୁ ନୟାନ୍ତ ହେଲାଣି ଆରବିଆଇ।
ଏହି ସମସ୍ୟାର ଏକମାତ୍ର ବ୍ରହ୍ମାସ୍ତ୍ର ହେଉଛି— ପଲିମର ବା ପ୍ଲାଷ୍ଟିକ୍ ନୋଟ୍ ! ପାଟନା ଏବଂ ମୁମ୍ବାଇରେ ବସିଥିବା ଆରବିଆଇର ବୋର୍ଡ ବୈଠକରେ ଏହି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ସରିଛି। ଖୁବଶୀଘ୍ର ଦେଶରେ ଏକ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ ହେବାକୁ ଯାଉଛି। ୨୦୧୨ ରେ ଯେଉଁ ପ୍ଲାଷ୍ଟିକ୍ ନୋଟ୍ ର ସ୍ୱପ୍ନ ଟେକ୍ନୋଲୋଜି ଅଭାବରୁ ଅଧାରେ ରହିଯାଇଥିଲା, ଆଜି ତାହା ବାସ୍ତବ ରୂପ ନେବାକୁ ଯାଉଛି। ଏବେ ATM ଗୁଡିକ ମଧ୍ୟ ଏହି ପ୍ଲାଷ୍ଟିକ୍ ନୋଟ୍ ବାହାର କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ।
ଅଷ୍ଟ୍ରେଲିଆଠାରୁ ଆରମ୍ଭ କରି କାନାଡା ଏବଂ ସିଙ୍ଗାପୁର ପର୍ଯ୍ୟନ୍ତ… ବିଶ୍ୱର ପ୍ରାୟ ୬୦ଟି ଦେଶ ଏହି ଅତ୍ୟାଧୁନିକ ଟେକ୍ନୋଲୋଜିର ଫାଇଦା ଉଠାଉଛନ୍ତି। ଏଥର ଭାରତର ପାଳି। କାଗଜରୁ ମୁକ୍ତି, ଆଉ ପ୍ଲାଷ୍ଟିକର ଶକ୍ତି। ତେବେ ଦେଖିବାକୁ ବାକି ରହିଲା କେବେ ଦେଶକୁ ଏଣ୍ଟ୍ରି ମାରୁଛି ଏହି ଦମଦାର ପଲିମର୍ ଟଙ୍କା !
