\n\n\n\n\n\n\n

କାମ ଦେଲାନି କୌଣସି ମନ୍ତ୍ର ! ମାଡିଆସିଲେ ଲକ୍ଷେ ଲକ୍ଷେ ଅସରପା !

ଅସରପାଙ୍କୁ ଦେଖି ଡରରେ ଥରୁଛନ୍ତି ସରକାର !

କାହିଁକି ଏତେ ପୋଲିସ? କାହିଁକି ଏତେ ଡର?

ସବୁଆଡ଼େ ସୁରକ୍ଷା ବଳ, ରାସ୍ତା ସାରା ବାରିକେଡ୍

ସିଜେପିକୁ ରୋକିବା ପାଇଁ ଝାଳନାଳ ହେଲେଣି ସରକାର !

କାହିଁକି ଏତେ ପୋଲିସ? କାହିଁକି ଏତେ ଡର? କାହା ପାଇଁ ଆଜି ଦେଶର ରାଜଧାନୀକୁ ଏକ ଅଭେଦ୍ୟ ଦୁର୍ଗରେ ପରିଣତ କରାଯାଇଛି? ସବୁଆଡ଼େ ସଶସ୍ତ୍ର ସୁରକ୍ଷା ବଳ, ରାସ୍ତା ସାରା ବାରିକେଡ୍, ଆଉ ଆକାଶରେ ଡ୍ରୋନର ନଜର!

ଆଜି ଦିଲ୍ଲୀର ଯନ୍ତରମନ୍ତରରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ଶାସକ ଦଳର ଚିନ୍ତା ବଢ଼ାଇ ଦେଇଛି। ଯୁବପୀଢ଼ୀଙ୍କ ଏଭଳି ପ୍ରତିବାଦକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ଭୟଭୀତ ହୋଇପଡ଼ିଥିବା କହି କଂଗ୍ରେସ ପକ୍ଷରୁ ସିଧାସଳଖ ତୀକ୍ଷଣ କଟାକ୍ଷ କରାଯାଇଛି! ଆଉ ଏହି ବିରୋଧର କାରଣ ହେଉଛି— ଗଣତନ୍ତ୍ର ଓ ଭୋଟ୍ ଅଧିକାର ଉପରେ ହୋଇଥିବା ଏକ ବଡ଼ ଆକ୍ରମଣ!

କଂଗ୍ରେସର ଦାବି ହେଉଛି— ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ତୁରନ୍ତ ନିଜ ପଦବୀରୁ ଇସ୍ତଫା ଦିଅନ୍ତୁ! ଆଉ ଏହି ଇସ୍ତଫା ଏବେ ଏକ ନୈତିକ ବାଧ୍ୟବାଧକତା ପାଲଟିଛି। ଅଭିଯୋଗ ହୋଇଛି ଯେ, ନିର୍ବାଚନ ଆୟୋଗଙ୍କ ଦ୍ୱାରା କରାଯାଉଥିବା ‘ସ୍ୱତନ୍ତ୍ର ସଘନ ସଂଶୋଧନ’ ବା SIR ପ୍ରକ୍ରିୟା ଯୋଗୁଁ ପ୍ରାୟ ୧୪ କୋଟି ଭାରତୀୟ ସେମାନଙ୍କ ସାମ୍ବିଧାନିକ ଭୋଟ୍ ଅଧିକାରରୁ ବଞ୍ଚିତ ହେବାକୁ ଯାଉଛନ୍ତି! ସମ୍ବିଧାନର ଧାରା ୩୨୬ ଦ୍ୱାରା ପ୍ରଦତ୍ତ ଭୋଟ୍ ଅଧିକାରକୁ କ୍ଷୁର୍ଣ୍ଣ କରାଯାଉଥିବା ପ୍ରତିବାଦରେ କଂଗ୍ରେସ ଏହି SIR ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ ଦୃଢ଼ ଦାବି କରିଛି।

କଂଗ୍ରେସର ଜେନେରାଲ ସେକ୍ରେଟାରୀ ଜୟରାମ ରମେଶ ସୋସିଆଲ ମିଡିଆରେ ସରକାରଙ୍କ ଉପରେ ବର୍ଷି କହିଛନ୍ତି ଯେ, ସମ୍ବିଧାନ ପ୍ରଦତ୍ତ ଭୋଟ୍ ଅଧିକାରକୁ କାଢ଼ି ନେବାକୁ ଯେଉଁ ଚକ୍ରାନ୍ତ ଚାଲିଛି, ତା’ ବିରୋଧରେ ଯୁବପୀଢ଼ୀଙ୍କ ଏହି ଆନ୍ଦୋଳନକୁ ଶାସକ ଦଳ ଘୋର ଭୟ କରୁଛି। ସେଥିପାଇଁ ତ ଆଜି ସବୁଆଡ଼େ ସୁରକ୍ଷାବଳ ମୁତୟନ କରି ପ୍ରତିବାଦକୁ ଚାପି ଦେବାକୁ ଚେଷ୍ଟା କରାଯାଉଛି।

ଅନ୍ୟପଟେ, ଜନ୍ତର ମନ୍ତରଠାରେ ଚାଲିଥିବା ପ୍ରତିବାଦକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି। ‘କୋକ୍ରୋଚ୍ ଜନତା ପାର୍ଟି’ ବା CJP ପକ୍ଷରୁ ଏହି ଆନ୍ଦୋଳନ ପାଇଁ ଡାକରା ଦିଆଯାଇଥିଲା। କିନ୍ତୁ ‘ଅନୁମତି ନଥିବା’ର ଆଳ ଦେଖାଇ ଦିଲ୍ଲୀ ପୁଲିସ୍ ପକ୍ଷରୁ ପ୍ରାୟ ୫ଶହରୁ ଅଧିକ ପ୍ରଦର୍ଶନକାରୀଙ୍କୁ ଅଟକ ରଖାଯାଇଛି! ନିର୍ବାଚନ ଆୟୋଗଙ୍କ ଦ୍ୱାରା ହେଉଥିବା ଭୋଟ୍ ତାଲିକା ସଂଶୋଧନ ଏବଂ ଫର୍ମ-୬କୁ ନେଇ କରାଯାଇଥିବା ଅଜବ ପରିବର୍ତ୍ତନ ବିରୋଧରେ ଏହି ଆନ୍ଦୋଳନର ଡାକରା ଦିଆଯାଇଥିଲା।

ଆଜି ଗଣତନ୍ତ୍ରର ସ୍ୱରକୁ ଦବାଇବା ପାଇଁ ଆକାଶରୁ ଡ୍ରୋନ୍ ମାଧ୍ୟମରେ ପ୍ରତିଟି ଗତିବିଧି ଉପରେ କଡ଼ା ନଜର ରଖାଯାଉଛି। କିନ୍ତୁ ପ୍ରଶ୍ନ ଉଠୁଛି— ସରକାର ଏବଂ ନିର୍ବାଚନ ଆୟୋଗ ଏତେ ଭୟଭୀତ କାହିଁକି? ଗଣତନ୍ତ୍ରର ମୂଳଦୁଆକୁ ବଞ୍ଚାଇବା ପାଇଁ କ’ଣ SIR ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରାଯିବ? ନା ସମ୍ବିଧାନର ଧାରା ୩୨୬କୁ ଦଳି ମକଚି ଦିଆଯିବ?