\n\n\n\n\n\n\n

ବାତ୍ୟା କ୍ଷୟକ୍ଷତି ଦେଖିଲା କେନ୍ଦ୍ର! କ୍ଷତିପୂରଣ ମିଳିବ ତ?

ବାତ୍ୟା ଅର୍ଣ୍ଣବ ଓ ଆକସ୍ମିକ ବନ୍ୟାରେ ଗଞ୍ଜାମ ଜିଲ୍ଲାର ବ୍ୟାପକ କ୍ଷୟକ୍ଷତି। କ୍ଷତିର ଆକଳନ କରିବା ସହ ପୁନରୁଦ୍ଧାର ଓ କ୍ଷତିପୂରଣ ପ୍ରଦାନ ନେଇ ତତ୍ପର ହୋଇଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର।

ବୁଧବାର କେନ୍ଦ୍ରୀୟ ଆନ୍ତଃମନ୍ତ୍ରାଳୟ ଟିମ୍ ପୁରୁଷୋତ୍ତମପୁର ବ୍ଲକର ଆଛୁଲି, ହାଣ୍ଡିଘର ଓ ହିରାଧରବାଟି ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରିଛନ୍ତି। ଋଷିକୂଲ୍ୟା ନଦୀବନ୍ଧ, ଚାଷଜମି, ରାସ୍ତାଘାଟ, ବିଦ୍ୟୁତ୍ ଭିତ୍ତିଭୂମି ଓ ଜଳସେଚନ ପ୍ରକଳ୍ପର କ୍ଷତି ଅନୁଧ୍ୟାନ କରିଛି ଟିମ୍।

ଏହାସହ ହିଞ୍ଜିଳିକାଟୁ, ଆସିକା ଓ ଧରାକୋଟ ବ୍ଲକ୍‌ର ବନ୍ୟା ପ୍ରଭାବିତ ଅଞ୍ଚଳ ମଧ୍ୟ ପରିଦର୍ଶନ କରିଛି କେନ୍ଦ୍ରୀୟ ଦଳ। ଏହି ଗସ୍ତ ସମୟରେ ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକ କ୍ଷୟକ୍ଷତି ସମ୍ପର୍କରେ ଟିମ୍‌କୁ ଅବଗତ କରାଇଛନ୍ତି।