\n\n\n\n\n\n\n\n\n\n\n\n
← Back to Home
BREAKING

ଆରମ୍ଭ ହେଲା ବିଧାନ ସଭା ଶୀତ ଅଧିବେଶନ । କମ୍ପିଲେ ବିରୋଧୀ

ଆଜି ଠାରୁ ଆରମ୍ଭ ହୋଇଛି ଓଡ଼ିଶା ବିଧାନ ସଭାର ଶୀତ ଅଧିବେଶନ । ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଏହାପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ , କଂଗ୍ରେସ ବିଧାୟକ ଦଳ ନେତା ଓ ସିପିଆଇଏମ ବିଧାୟକ ଦିବଙ୍ଗତ ନେତାଙ୍କ ଉଦେଶ୍ୟରେ ନିଜ  ବକ୍ତବ୍ୟ ରଖିବା ସହ ଶୋକ ପ୍ରସ୍ତାବକୁ ସମର୍ଥନ କରିଥିଲେ ।  ଏହାପରେ ବାଚସ୍ପତି ନିଜ ବକ୍ତବ୍ୟ ରଖିବା ସହ ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ପ୍ରଶ୍ନ କାଳ ଆରମ୍ଭ ହୋଇଥିଲା । ପ୍ରଶ୍ନ କାଳ ଆରମ୍ଭରୁ ବିରୋଧୀଙ୍କ ନାରାରେ ଗୃହ କମ୍ପିଥିଲା । ଯୋଗାଣ ମନ୍ତ୍ରୀଙ୍କ ଉତ୍ତର ପରେ  ବିରୋଧୀ ବିଜେଡ଼ି ବନ୍ୟାକୁ ନେଇ ଓ କଂଗ୍ରେସ କୋଟିଆକୁ ନେଇ ନାରା ବାଜି କରିଥିଲେ । ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ । 

Started 18/11/2026, 11:39 AMLast updated 2 days ago
No updates have been published yet.