ସରକାର ବଦଳିଲେ, ହେଲେ ବଦଳିଲାନି ସ୍ୱାସ୍ଥ୍ୟକେନ୍ଦ୍ରର ଅବସ୍ଥା। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମାନ୍ୟତା ମିଳିବାର ବହୁ ବର୍ଷ ବିତିଥିଲେ ବି ଏଯାଏଁ ମିଳୁନି ଆବଶ୍ୟକ ସ୍ୱାସ୍ଥ୍ୟସେବା। ଏଭଳି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ।
ଏଠାରେ ଲାବୋରେଟୋରୀ ଟେକ୍ନିସିଆନ୍ଙ୍କ ଅଭାବ ସହ ଅଲଟ୍ରାସାଉଣ୍ଡ ଓ X-ray ମେସିନ୍ ନଥିବାରୁ ରୋଗୀଙ୍କୁ ପରୀକ୍ଷା ପାଇଁ ପାଟଣାଗଡ଼ ଭଳି ଅନ୍ୟ ସ୍ଥାନକୁ ଯିବାକୁ ପଡ଼ୁଛି।
ସ୍ୱାସ୍ଥ୍ୟକେନ୍ଦ୍ରରେ ମାତ୍ର ଦୁଇଜଣ ନିୟମିତ ଲାବୋରେଟୋରୀ ଟେକ୍ନିସିଆନ୍ ଥିବାବେଳେ ଦୈନିକ ଶହେରୁ ଅଧିକ ରୋଗୀଙ୍କ ପରୀକ୍ଷା ହେଉଛି।
ତେଣୁ ଅତିରିକ୍ତ ୩ ଜଣ ଟେକ୍ନିସିଆନ୍ଙ୍କ ନିଯୁକ୍ତି ସହ ଅଲଟ୍ରାସାଉଣ୍ଡ ଓ X-ray ମେସିନ୍ ସ୍ଥାପନ ଦାବିରେ ପାଟଣାଗଡ଼ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରାଯାଇଛି।
ଏବେ ଅପେକ୍ଷା, ପ୍ରଶାସନ ଏହି ଅଭିଯୋଗ ଉପରେ କେବେ ପଦକ୍ଷେପ ନେଉଛି।
