ଚୌଦ୍ୱାର କଲେଜରେ RTI ମହାବିବାଦ! ସୂଚନା ଅଧିକାର ଆଇନରେ କଲେଜର ପ୍ରଶାସନିକ ଓ ଆର୍ଥିକ ତଥ୍ୟ ମାଗିବା ପରେ ଜଣେ ଅଧ୍ୟାପକଙ୍କୁ ଟାର୍ଗେଟ୍ କରାଯାଉଥିବା ଅଭିଯୋଗ। ସହକର୍ମୀଙ୍କ ସହ ଅସଦାଚରଣ ଓ ନିୟମିତ କ୍ଲାସ୍ ନକରିବା ଭଳି ଅଭିଯୋଗକୁ ମିଥ୍ୟା ଓ ଉଦ୍ଦେଶ୍ୟପ୍ରଣୋଦିତ କହି ଖଣ୍ଡନ କରିଛନ୍ତି ସମ୍ପୃକ୍ତ ଅଧ୍ୟାପକ।
ଅନ୍ୟପଟେ ୩୭ ଦିନର Earned Leave ମଞ୍ଜୁରୀକୁ ନେଇ ଆସିଛି Regional Directorଙ୍କ ଗୁରୁତ୍ୱପୂର୍ଣ୍ଣ ଚିଠି। ଛୁଟି ମଞ୍ଜୁରୀକୁ ପୁନର୍ବିଚାର କରି ବାତିଲ କରିବାକୁ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।
କେବଳ ଏତିକି ନୁହେଁ, ପୂର୍ବତନ ଅଧ୍ୟକ୍ଷାଙ୍କ କାର୍ଯ୍ୟକାଳର ନିର୍ମାଣ କାର୍ଯ୍ୟ, ଆର୍ଥିକ କାରବାର ଓ ଦରମା ପ୍ରଦାନକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ। ତେବେ RTI ମାଗିବା ଅଧ୍ୟାପକଙ୍କ ପାଇଁ ଅଡୁଆ ହେଲା କି? କଲେଜରେ କିଏ ମାନୁଛି ନିୟମ, କିଏ କରୁଛି ଅଣଦେଖା? ଏବେ ଦାବି ହେଉଛି ନିରପେକ୍ଷ ଉଚ୍ଚସ୍ତରୀୟ ତଦନ୍ତର।
