ଗନ୍ଧମାର୍ଦ୍ଦନ ଉପରେ କାହାର ନଜର?
ପାହାଡ଼ ତଳେ ବଡ଼ ଡିଲ୍ର ଚର୍ଚ୍ଚା!
ଜଙ୍ଗଲ, ଝରଣା ନା ଖଣି?
କାହାର ହେବ ଜିତ?
ଗନ୍ଧମାର୍ଦ୍ଦନ ପାହାଡ଼କୁ ନେଇ ତେଜିଲା ବିବାଦ! ପ୍ରାକୃତିକ ସମ୍ପଦର ସୁରକ୍ଷା ଓ ଖଣି ଖନନ ଆଶଙ୍କାକୁ ନେଇ ହରିଶଙ୍କରରେ ଏକାଠି ହେଲେ ବିଭିନ୍ନ ଜିଲ୍ଲାର ଆନ୍ଦୋଳନକାରୀ। ବଲାଙ୍ଗୀର ଜିଲ୍ଲାର ହରିଶଙ୍କରଠାରେ ଜିନ୍ଦାବାଦ ସଂଗଠନ ପକ୍ଷରୁ ଦୁଇଦିନିଆ ଆଲୋଚନା ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ପଶ୍ଚିମ ଓଡ଼ିଶାର ୬ଟି ଜିଲ୍ଲାରୁ ୨୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ।
ଗନ୍ଧମାର୍ଦ୍ଦନର ଜଙ୍ଗଲ, ଝରଣା, ଖଣିଜ ସମ୍ପଦ ଓ ଏହା ଉପରେ ନିର୍ଭରଶୀଳ ଲକ୍ଷାଧିକ ପରିବାରଙ୍କ ଜୀବିକାକୁ ନେଇ ଚିନ୍ତା ପ୍ରକାଶ କରିଥିଲେ ଅଂଶଗ୍ରହଣକାରୀ। ପାହାଡ଼ ପାଦଦେଶରେ ଜମି କିଣା ଏବଂ ସମ୍ଭାବ୍ୟ ଖଣି ଖନନକୁ ନେଇ ମଧ୍ୟ ଉଠିଥିଲା ପ୍ରଶ୍ନ। ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାୟଙ୍କ ସମେତ ବିଭିନ୍ନ ସଂଗଠନର ପ୍ରତିନିଧି ନିଜ ମତ ରଖିଥିଲେ। ଗନ୍ଧମାର୍ଦ୍ଦନ ସମ୍ପର୍କିତ MOU ରଦ୍ଦ କରିବାକୁ ଦାବି କରିବା ସହ ଆଗକୁ ଆନ୍ଦୋଳନ ତୀବ୍ର କରିବାକୁ ଚେତାବନୀ ଦେଇଛନ୍ତି ଅଂଶଗ୍ରହଣକାରୀ।
