ଦୀପାବଳିରେ ଘରେ ଆମ୍ବ ପତ୍ର ତୋରଣ ଲଗାଇବାକୁ ଚିନ୍ତା କରୁଛନ୍ତି କି ?
ଜାଣନ୍ତୁ ଆମ୍ବପତ୍ର ତୋରଣରେ କେତୋଟି ପତ୍ର ରହିବା ଶୁଭ?
୫, ୭ ନା ୧୧? ଜାଣନ୍ତୁ କେତୋଟି ଶୁଭ ଓ ଅଶୁଭ ସଂଖ୍ୟା !
ତୋରଣ ଲଗାଇବା ବେଳେ ଏହି ୫ ଭୁଲ୍ କରନ୍ତୁ ନାହିଁ!
ଛୋଟ ଭୁଲ୍ରୁ ଘରର ଶୁଭତା ଉପରେ ପଡ଼ିପାରେ ପ୍ରଭାବ!
ଆଲୋକର ପର୍ବ ଦୀପାବଳିରେ ଘରକୁ ସଜାଇବାର ଚିନ୍ତା କରୁଛନ୍ତି କି ? ହେଲେ ଏହି ସାଜସଜ୍ଜା ଭିତରେ ଏମିତି ଏକ ଜିନିଷ ଅଛି, ଯାହା ବିନା ଅଧୁରା ରହିଯାଏ ଘରର ମୁଖ୍ୟଦ୍ୱାର। ତାହା ହେଉଛି ଆମ୍ବପତ୍ରର ତୋରଣ । କିନ୍ତୁ ଆପଣ ଜାଣନ୍ତି କି, ତୋରଣରେ ଆମ୍ବପତ୍ରର ସଂଖ୍ୟା କେତେ ରହିବା ଉଚିତ? ଆଉ ଏହାକୁ ଲଗାଇବା ସମୟରେ କେଉଁ ଭୁଲ୍ରୁ ଦୂରେଇ ରହିବା ଦରକାର?
ହିନ୍ଦୁ ଧର୍ମରେ ଆମ୍ବଗଛ ଓ ଏହାର ପତ୍ରକୁ ପବିତ୍ର ବୋଲି ମାନ୍ୟତା ଦିଆଯାଇଥାଏ। ଧାର୍ମିକ ପରମ୍ପରା ଅନୁସାରେ, ଶୁଭକାର୍ଯ୍ୟ ହେଉ କିମ୍ବା ପୂଜାପର୍ବ, ଘରର ମୁଖ୍ୟଦ୍ୱାରରେ ଆମ୍ବପତ୍ରର ତୋରଣ ଲଗାଇବାକୁ ଶୁଭ ବୋଲି ବିଶ୍ୱାସ କରାଯାଏ। ବାସ୍ତୁଶାସ୍ତ୍ରର ମାନ୍ୟତା ଅନୁସାରେ, ଏହା ଘରେ ସକାରାତ୍ମକ ଶକ୍ତି ଓ ସୁଖସମୃଦ୍ଧି ଆଣିଥାଏ ବୋଲି କୁହାଯାଏ। କିନ୍ତୁ ତୋରଣରେ ପତ୍ରର ସଂଖ୍ୟାକୁ ନେଇ ମଧ୍ୟ ରହିଛି ଏକ ବିଶେଷ ମାନ୍ୟତା।
ବାସ୍ତୁ ମାନ୍ୟତା ଅନୁସାରେ, ତୋରଣରେ ସବୁବେଳେ ବିଷମ ସଂଖ୍ୟାରେ ଆମ୍ବପତ୍ର ରଖିବାକୁ ଶୁଭ ବୋଲି କୁହାଯାଏ। ଅର୍ଥାତ୍ ୫, ୭, ୧୧ କିମ୍ବା ୨୧ଟି ପତ୍ରରେ ତୋରଣ ତିଆରି କରିପାରିବେ। ଦ୍ୱାରର ଲମ୍ବ ଅନୁସାରେ ପତ୍ର ସଂଖ୍ୟା କମ୍ କିମ୍ବା ଅଧିକ କରାଯାଇପାରିବ। ତେଣୁ ତୋରଣ କିଣିବା ପୂର୍ବରୁ ହେଉ କିମ୍ବା ନିଜେ ତିଆରି କରିବା ସମୟରେ, ଏହି ସଂଖ୍ୟା ପ୍ରତି ଧ୍ୟାନ ଦେବାକୁ କୁହାଯାଏ।
କେବଳ ପତ୍ର ସଂଖ୍ୟା ନୁହେଁ, ତୋରଣ ଲଗାଇବା ସମୟରେ ଆହୁରି କିଛି ଛୋଟ ଛୋଟ କଥାକୁ ଧ୍ୟାନ ଦେବା ଜରୁରୀ। ପ୍ରଥମେ, ତୋରଣରେ ଶୁଖିଲା କିମ୍ବା ମଉଳି ଯାଇଥିବା ପତ୍ର ରଖନ୍ତୁ ନାହିଁ। ସବୁଜ ଓ ସତେଜ ପତ୍ର ବ୍ୟବହାର କରନ୍ତୁ। ଦ୍ୱିତୀୟରେ, ବଜାରରୁ ଆଣିଥିବା ଆମ୍ବପତ୍ରକୁ ସିଧାସଳଖ ବ୍ୟବହାର ନକରି ପ୍ରଥମେ ସଫା ପାଣିରେ ଧୋଇ ନିଅନ୍ତୁ।
ତୃତୀୟରେ, ତୋରଣକୁ ଘରର ମୁଖ୍ୟଦ୍ୱାର ଉପରେ ଠିକ୍ ଭାବରେ ଲଗାନ୍ତୁ। ଏହା ଯେପରି ଦ୍ୱାର ଖୋଲିବା କିମ୍ବା ବନ୍ଦ କରିବା ସମୟରେ ଛିଣ୍ଡି ନଯାଏ, ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଚତୁର୍ଥରେ, ତୋରଣ ଲଗାଇବା ପୂର୍ବରୁ ମୁଖ୍ୟଦ୍ୱାର ଓ ଏହାର ଚାରିପାଖକୁ ଭଲ ଭାବରେ ସଫା କରନ୍ତୁ। କାରଣ ପରମ୍ପରା ଅନୁସାରେ ସଫାସୁତୁରା ସ୍ଥାନରେ ତୋରଣ ଲଗାଇବାକୁ ଶୁଭ ମନାଯାଏ।
ଆଉ ସବୁଠାରୁ ଶେଷ କଥା, ତୋରଣ ତିଆରି କରିବା ପାଇଁ କେଉଁ ଡୋରି ବ୍ୟବହାର କରୁଛନ୍ତି, ତାହା ମଧ୍ୟ ମହତ୍ତ୍ୱ ରଖେ ବୋଲି ବାସ୍ତୁ ମାନ୍ୟତା ରହିଛି। ଏଥିପାଇଁ କଳା ସୂତା ବଦଳରେ କଳାବା କିମ୍ବା ସୂତାର ଦଉଡ଼ି ବ୍ୟବହାର କରିବାକୁ କୁହାଯାଏ।
ତେବେ ଏହି ଦୀପାବଳିରେ ଘରକୁ ସଜାଇବା ସହ ମୁଖ୍ୟଦ୍ୱାରର ତୋରଣ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ। ତେବେ ମନେ ରଖନ୍ତୁ, ଏସବୁ ଧାର୍ମିକ ଓ ବାସ୍ତୁଶାସ୍ତ୍ର ସମ୍ବନ୍ଧୀୟ ପାରମ୍ପରିକ ମାନ୍ୟତା; ଏହାକୁ ବିଶ୍ୱାସ ଅନୁସାରେ ପାଳନ କରାଯାଏ।
