ଗୋପାଳପୁରରେ ବାତ୍ୟାର ଲ୍ୟାଣ୍ଡଫଲ୍!
ଓଡ଼ିଶା ଉପକୂଳ ମୁହାଁ ବାତ୍ୟା ‘ଅକୱାନ୍’। ଗୋପାଳପୁର ନିକଟରେ କରିବ ଲ୍ୟାଣ୍ଡଫଲ୍! ଉପକୂଳ ଆଡ଼କୁ ଦ୍ରୁତ ଗତିରେ ମାଡ଼ି ଆସୁଛି ଅତି ଭୀଷଣ ବାତ୍ୟା। ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରୁଛି ବାତ୍ୟା।
ବର୍ତ୍ତମାନ ଗୋପାଳପୁରଠାରୁ ୫୩୦ କିଲୋମିଟର, ପୁରୀଠାରୁ ୫୯୦ କିଲୋମିଟର ଏବଂ କଳିଙ୍ଗପାଟନମଠାରୁ ୪୪୦ କିଲୋମିଟର ଦୂରରେ ରହିଛି ବାତ୍ୟା।
ପାଣିପାଗ ବିଭାଗର ଆକଳନ ଅନୁସାରେ, ୨୦ ତାରିଖ ମଧ୍ୟାହ୍ଣରେ ନରସାପୁର ଓ ପୁରୀ ମଧ୍ୟରେ, ଗୋପାଳପୁରର ପୂର୍ବରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି।
ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦ କିଲୋମିଟର ରହିପାରେ। ଝଟକା ପବନ ୧୧୦ କିଲୋମିଟର ଛୁଇଁପାରେ। ବାତ୍ୟାକୁ ନେଇ ଉପକୂଳ ଅଞ୍ଚଳରେ ବଢ଼ିଲା ଆଶଙ୍କା।
