ଦୀପାବଳି ପୂର୍ବରୁ ବେଆଇନ ବାଣ କାରବାର ଉପରେ ପୋଲିସର ଚଢ଼ାଉ। କଳାହାଣ୍ଡି ଜିଲ୍ଲା ଜୟପାଟଣାରେ ସ୍ଥାନୀୟ ବ୍ୟବସାୟୀ ବଜରଙ୍ଗ ଲାଲ ଅଗ୍ରୱାଲଙ୍କ ଘରୁ ଜବତ ହୋଇଛି ୧୦ ପେଟି ବାଣ। ଜୟପାଟଣା ପୋଲିସ ଚଢ଼ାଉ କରି ଏହି ବାଣ ଜବତ କରିଥିବା ସୂଚନା ଦେଇଛି।
ତେବେ ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। କାରଣ, ଗତବର୍ଷ ଠିକ୍ ଏହି ବ୍ୟବସାୟୀଙ୍କ ଘରୁ କଳାହାଣ୍ଡି ପୋଲିସ ଦୁଇରୁ ତିନି ଟ୍ରକ୍ ବାଣ ଜବତ କରିଥିଲା। ହେଲେ ଚଳିତ ବର୍ଷ ମାତ୍ର ୧୦ ପେଟି ବାଣ ଜବତ ହେବା ଘଟଣା ଅନେକ ପ୍ରଶ୍ନ ସୃଷ୍ଟି କରିଛି।
ଅନ୍ୟପଟେ, ବେଆଇନ ଭାବେ ବାଣ ଗଚ୍ଛିତ ଓ ବିକ୍ରି ଉପରେ ପୋଲିସର ନଜର ରହିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।
