କଟକରେ ପାର୍ବଣ ମାହୋଲ ଭିତରେ ଚାଞ୍ଚଲ୍ୟ! ବାଲିଯାତ୍ରା ତଳ ପଡ଼ିଆ ନଦୀପଠାରେ ଜଣେ ନାବାଳକଙ୍କ ମୃତଦେହ ମିଳିବା ପରେ ଖେଳିଯାଇଛି ଆତଙ୍କ। ଛୁରୀ ଭୁଶି ହତ୍ୟା କରାଯାଇଥିବା ସନ୍ଦେହ। ପ୍ରାୟ ୧୦୦ ମିଟର ଦୂର ଯାଏଁ ରକ୍ତଛିଟା ପଡ଼ିଥିବା ସୂଚନା ମିଳିଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାସ୍ଥଳରେ ଫରେନସିକ୍ ଟିମ୍ ତଦନ୍ତ କରୁଥିବାବେଳେ ମୃତ ନାବାଳକଙ୍କ ପରିଚୟ ଏଯାଏଁ ମିଳିନାହିଁ।
