କିଏ ଜିତିବ ଆଜିର ମ୍ୟାଚ୍? RCB କି SRH?

କ୍ରିକେଟ୍ ପ୍ରେମୀଙ୍କ ପାଇଁ ଅପେକ୍ଷାର ଅନ୍ତ ଘଟିଛି। ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ୍ ଲିଗ୍ IPLର ୧୯ତମ ସଂସ୍କରଣ। ଆଉ ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଗତଥରର ଚାମ୍ପିଅନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ବିସ୍ଫୋରକ ସନରାଇଜର୍ସ ହାଇଦ୍ରାବାଦ। ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆଜି ହେବ ହାଇ-ଭୋଲଟେଜ୍ ଫାଇଟ୍। ଗତ ସିଜନରେ ପଞ୍ଜାବ କିଙ୍ଗସକୁ ହରାଇ ପ୍ରଥମ ଥର ପାଇଁ ଟାଇଟଲ୍ ଜିତିଥିବା RCB, ଏଥର ମଧ୍ୟ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି। ଏହି ମ୍ୟାଚ୍‌ରେ ସବୁଠାରୁ ବଡ଼ ଆକର୍ଷଣ ହେଉଛନ୍ତି ବିରାଟ କୋହଲି। RCB ଜର୍ସିରେ କୋହଲିଙ୍କ ମୈଦାନକୁ ଫେରିବା ଦେଖିବା ପାଇଁ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ତେବେ ଏଥର ଦଳର ନେତୃତ୍ୱ ନେଉଛନ୍ତି ରଜତ ପାଟିଦାର। ଦଳରେ କୃନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର ଏବଂ ଟିମ୍ ଡେଭିଡଙ୍କ ଭଳି ମ୍ୟାଚ୍ ୱିନର ଅଛନ୍ତି। ଅନ୍ୟପଟେ, ସନରାଇଜର୍ସ ହାଇଦ୍ରାବାଦ ମଧ୍ୟ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ। ପ୍ୟାଟ୍ କମିନ୍ସଙ୍କ ଅନୁପସ୍ଥିତିରେ ଇଶାନ କିଶାନ ଦଳର ନେତୃତ୍ବ ନେବେ। SRHର ବିସ୍ଫୋରକ ବ୍ୟାଟିଂ ଲାଇନ୍-ଅପ୍ ଯେକୌଣସି ବୋଲିଂ ବାହିନୀ ପାଇଁ ବିପଦ ସାଜିପାରେ। କିଏ ମାରିବ ଆଜି ବାଜି? କିଙ୍ଗ କୋହଲିଙ୍କ ବେଙ୍ଗାଲୁରୁ ନା ଇଶାନ କିଶାନଙ୍କ ହାଇଦ୍ରାବାଦ? ତାହା ଦେଖିବାକୁ ବାକି ରହିଲା |

Leave a Reply

Your email address will not be published. Required fields are marked *