ନବୀନ-ପଣ୍ଡିଆନଙ୍କ ମିଛ ଧରାପଡ଼ିଲା; ୪ ବର୍ଷର ଗୁମର ଫିଟିଲା!

ମହାପ୍ରଭୁଙ୍କ ନାଁରେ ମହାଦୁର୍ନୀତି !

୪ ବର୍ଷ ଧରି ଲୁଚିଥିଲା IIT ଗାନ୍ଧୀନଗରର ରିପୋର୍ଟ!

ନବୀନ-ପଣ୍ଡିଆନଙ୍କ ପରିକ୍ରମା ପ୍ରେମ ନା ପ୍ରତ୍ନତାତ୍ତ୍ୱିକ ପ୍ରମାଣ ଲୁଚାଇବା ଷଡ଼ଯନ୍ତ୍ର?

ଧରାପଡ଼ିଲା ତତ୍କାଳୀନ ବିଜେଡି ସରକାରର ମିଛ !

୪୦ ଲକ୍ଷର ‘ଡ୍ରାଫ୍ଟ ରିପୋର୍ଟ’, ଶୀତଳ ଭଣ୍ଡାରେ ସତ!

RTI ଖୋଲିଲା OBCC ଓ ତତ୍କାଳୀନ ବିଜେଡ଼ି ସରକାରଙ୍କ ଗୁମର !

ଶ୍ରୀ ଜଗନ୍ନାଥ ମନ୍ଦିର ତଳେ କ’ଣ ଅଛି? ବହୁ ପୁରାତନ ଘର ନା ଗୁପ୍ତ ସୁଡ଼ଙ୍ଗ? ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ଗଣମାଧ୍ୟମରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। କୁହାଯାଉଛି, ୨୦୨୨ ମସିହାରେ ଆସିଥିବା IIT ଗାନ୍ଧୀନଗରର ଏକ ରିପୋର୍ଟରୁ ଏହି ପ୍ରତ୍ନତାତ୍ତ୍ୱିକ ଭଗ୍ନାଂଶ ଗୁମର ଖୋଲିଛି। କିନ୍ତୁ ଏଠାରେ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି… ଯଦି ରିପୋର୍ଟ ୨୦୨୨ରେ ଆସିଥିଲା, ତେବେ ୨୦୨୬ ମସିହାରେ କାହିଁକି ପ୍ରକାଶ ପାଇଲା? ଦୀର୍ଘ ୪ ବର୍ଷ ଧରି କିଏ ଓ କାହିଁକି ଏହି ରିପୋର୍ଟକୁ ଲୁଚାଇ ରଖିଥିଲା? ଆସନ୍ତୁ ଜାଣିବା ଏହାର ପୁର ସତ୍ୟାସତ୍ୟ |

ଆପଣ ଜାଣିଥିବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୟରେ ତତ୍କାଳୀନ ବିଜେଡି ସରକାର କିପରି ତରବରିଆ ଭାବେ କାମ କରୁଥିଲେ। ନବୀନ ପଟ୍ଟନାୟକ ଏବଂ ତାଙ୍କର ସର୍ବେସର୍ବା ଭି.କେ. ପଣ୍ଡିଆନ ଏହାର ଦାୟିତ୍ୱ OBCC କୁ ଦେଇଥିଲେ। OBCC ନାମକୁ ମାତ୍ର ଟେଣ୍ଡର କରି, ମନଇଚ୍ଛା ବାହାର ରାଜ୍ୟର ସଂସ୍ଥାକୁ ଟେକି ଦେଇଥିଲା କାମ। ସେହି ସମୟରେ ମାଟି ତଳର ସ୍ଥିତି ପରଖିବାକୁ Ground Penetrating Radar ବା GPR ସର୍ଭେ ପାଇଁ ଦାୟିତ୍ୱ ପାଇଥିଲା IIT ଗାନ୍ଧୀନଗର। ୨୧ ଜୁନ୍ ୨୦୨୨ ରେ IIT ଗାନ୍ଧୀନଗର OBCC କୁ ଏହାର ଏକ ‘ଡ୍ରାଫ୍ଟ ରିପୋର୍ଟ’ ମଧ୍ୟ ଦେଇଥିଲା। କିନ୍ତୁ ଏହା ପରେ ଆରମ୍ଭ ହେଲା ଅସଲ ଖେଳ। ଏହି ରିପୋର୍ଟକୁ ସମ୍ପୂର୍ଣ୍ଣ ଗୋପନ ରଖିଥିଲା ସେଟବେଳର ବିଜେଡ଼ି ସରକାର !

ଯେତେବେଳେ ସୂଚନା ଅଧିକାର ଆଇନ (RTI) ବଳରେ ଏହି ରିପୋର୍ଟର କପି, ଖର୍ଚ୍ଚ ଏବଂ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ତଥ୍ୟ ମଗାଗଲା, OBCC ଖୁବ ଚତୁରତର ସହ ସୂଚନା ଆଇନର ଧାରା ୮(a) ଦର୍ଶାଇ କହିଲେ ଯେ – “ଏହି ତଥ୍ୟ ପ୍ରଦାନ କଲେ ଦେଶର ଏକତା ଓ ଅଖଣ୍ଡତା କ୍ଷୁର୍ଣ୍ଣ ହେବ!” ତେବେ ଶ୍ରୀମନ୍ଦିର ତଳର ପ୍ରତ୍ନତାତ୍ତ୍ୱିକ ତଥ୍ୟ ସାମ୍ନାକୁ ଆସିଲେ ଦେଶର ଅଖଣ୍ଡତା କିପରି କ୍ଷୁର୍ଣ୍ଣ ହେବ? ଏହା ବିରୋଧରେ ସୂଚନା କମିଶନଙ୍କ ନିକଟରେ ଅପିଲ୍ କରାଗଲା। ଶେଷରେ ୪ ବର୍ଷ ପରେ, କମିଶନରଙ୍କ କଡ଼ା ଜେରା ଆଗରେ OBCC ଅଧିକାରୀଙ୍କ ମୁହଁ ବନ୍ଦ ହୋଇଗଲା ଏବଂ ଗତ ୨୫ ମାର୍ଚ୍ଚ ୨୦୨୬ ରେ ବାଧ୍ୟ ହୋଇ ସବୁ ତଥ୍ୟ ସାମ୍ନାକୁ ଆଣିଲେ କର୍ତ୍ତୃପକ୍ଷ।

ଆଉ ଏବେ ଶୁଣନ୍ତୁ ଦୁର୍ନୀତିର ଅସଲ କାହାଣୀ। କେବଳ ଏହି ଅସମ୍ପୂର୍ଣ୍ଣ ‘ଡ୍ରାଫ୍ଟ ରିପୋର୍ଟ’ ପ୍ରସ୍ତୁତ କରିବା ପାଇଁ IIT ଗାନ୍ଧୀନଗରକୁ ୪୦ ଲକ୍ଷ ଟଙ୍କା ଦିଆଯାଇଛି। ୪୦ ଲକ୍ଷ ଟଙ୍କା ନେଇ IIT ଗାନ୍ଧୀନଗର ଚୁପ୍! ଆଜି ପର୍ଯ୍ୟନ୍ତ କୌଣସି ଫାଇନାଲ୍ ରିପୋର୍ଟ ଆସିନାହିଁ କି OBCC ତାହାକୁ ଆଣିବାକୁ ଚେଷ୍ଟା ମଧ୍ୟ କରିନାହିଁ। ଏହି ଡ୍ରାଫ୍ଟ ରିପୋର୍ଟକୁ ଆଧାର କରି ଆଜି ଗଣମାଧ୍ୟମରେ ଯେଉଁ ତୁହାକୁ ତୁହା ଖବର ପ୍ରସାରଣ ହେଉଛି, ତାହାର ବିଶ୍ୱସନୀୟତା ଉପରେ ଏବେ ବଡ଼ ପ୍ରଶ୍ନବାଚୀ।

ଓଡ଼ିଶାବାସୀଙ୍କୁ ପାଗଳ ବନାଇବା ପାଇଁ ଏହା କ’ଣ କେବଳ ଏକ ଆଳକାରୀଙ୍କ ପ୍ରଚାର? ପରିକ୍ରମା ପ୍ରକଳ୍ପ ନାଁରେ ନିଜର ବାହାବା ନେବା ପାଇଁ ପଣ୍ଡିଆନ ଓ ନବୀନ ବାବୁ କ’ଣ ଓଡ଼ିଶାର ଐତିହ୍ୟ ସହ ସାଲିସ୍ କରିଥିଲେ? ୪ ବର୍ଷ ଧରି ରିପୋର୍ଟ ଲୁଚାଇବା ପଛର ଅସଲ ଉଦ୍ଦେଶ୍ୟ କ’ଣ ଥିଲା? ଏହାର ଜବାବ ଏବେ ପୂର୍ବତନ ସରକାରଙ୍କୁ ଦେବାକୁ ହିଁ ପଡ଼ିବ।

Leave a Reply

Your email address will not be published. Required fields are marked *