ବଙ୍ଗଳାରୁ ବିଦା ହେବେ ଦିଦି !
ପ୍ରଥମ ପର୍ଯ୍ୟାୟରେ ବାଜି ମାରିଲା ବିଜେପି !
୧୫ ବର୍ଷ ପରେ ବଦଳିବ ସରକାର !
ଅବ କି ବାର “ବିଜେପି ସରକାର” !
ପ୍ରେସମିଟ କରି ଭବିଷ୍ୟବାଣୀ କଲେ ଶାହ
ପଶ୍ଚିମବଙ୍ଗ… ଯେଉଁଠି ରାଜନୀତି ମାନେ ହିଂସା, ଆଉ ନିର୍ବାଚନ ମାନେ ରକ୍ତପାତ ବୋଲି ଗୋଟେ ଧାରଣା ରହିଆସିଛି। କିନ୍ତୁ ଏଥର ଚିତ୍ର କିଛି ଅଲଗା। ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି, ଆଉ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି- ଗୋଟିଏ ବି ମୃତ୍ୟୁ ଖବର ଆସିନାହିଁ! ପୋଲିସ ଏବଂ ନିର୍ବାଚନ କମିଶନଙ୍କୁ ଏହାର ଶ୍ରେୟ ଯାଉଛି ସତ, କିନ୍ତୁ ପ୍ରଶ୍ନ ଉଠୁଛି, ବାହାରେ ଦିଶୁଥିବା ଏହି ଶାନ୍ତି ଭିତରେ ଭିତରେ କୌଣସି ବଡ଼ ରାଜନୈତିକ ଝଡ଼ର ସଙ୍କେତ ନୁହେଁ ତ? ନିର୍ବାଚନର ଏହି ଚକ୍ରବ୍ୟୂହରେ କାହାର ଖେଳ ଖତମ୍ ହେବାକୁ ଯାଉଛି?
ଆଜ୍ଞା ହଁ ଏହି ସସପେନ୍ସ ଉପରୁ ପରଦା ହଟାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ମାଷ୍ଟରମାଇଣ୍ଡ ଅମିତ ଶାହ। କୋଲକାତାରେ ଏକ ପ୍ରେସମିଟ୍ କରି ଶାହ ଏମିତି ଏକ ବଡ଼ ଦାବି କରିଛନ୍ତି, ଯାହା ବିରୋଧୀଙ୍କ ନିଦ ହଜାଇ ଦେଇଛି। ତାଙ୍କର ସିଧାସଳଖ ଇସାରା- “ବଙ୍ଗଳାରୁ ଦିଦି ଯାଉଛନ୍ତି, ଆଉ ବିଜେପି ଆସୁଛି!”
ଶହ ଙ୍କ ପ୍ରଥମ ଭବିଷ୍ୟବାଣୀ
୧୫୨ରୁ ୧୧୦ ସିଟ୍ ଦଖଲ: ଶାହଙ୍କ ସ୍ପଷ୍ଟ ଦାବି, ପ୍ରଥମ ପର୍ଯ୍ୟାୟର ୧୫୨ଟି ସିଟ୍ରୁ ବିଜେପି ୧୧୦ରୁ ଅଧିକ ସିଟ୍ରେ ବାଜିମାତ୍ କରିବ। ଏହି ଭୋଟ୍ ହାର ଦର୍ଶାଉଛି ଯେ ବଙ୍ଗଳାବାସୀ କେବଳ ପରିବର୍ତ୍ତନ ଏବଂ ବିକାଶ ଚାହୁଁଛନ୍ତି।
ଦ୍ବିତୀଯ ଭବିଷ୍ୟବାଣୀ
ମୁଖ୍ୟମନ୍ତ୍ରୀ ହେବେ ବଙ୍ଗଳାର ସନ୍ତାନ: ଦିଦିଙ୍କୁ ସିଧାସଳଖ ଟାର୍ଗେଟ୍ କରି ଶାହ କହିଛନ୍ତି, ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କୌଣସି ‘ପୁତୁରା’ ହେବେ ନାହିଁ, ବରଂ ବଙ୍ଗଳାରେ ଜନ୍ମିତ ଜଣେ ସ୍ଥାନୀୟ ବ୍ୟକ୍ତି ହିଁ ମୁଖ୍ୟମନ୍ତ୍ରୀ ହେବେ। ମାନେ ବଙ୍ଗଳା ମାଟିର ପୁଅ ହିଁ ହେବେ ବଙ୍ଗଳା ମୁଖ୍ୟମନ୍ତ୍ରୀ |
ତୃତୀଯ ଭବିଷ୍ୟବାଣୀ
ଶେଷ ହେବ ‘ଭାଇପୋ ଟ୍ୟାକ୍ସ’: ବିଜେପି ସରକାର ଆସିଲେ ବଙ୍ଗଳାରେ ଚାଲିଥିବା ତଥାକଥିତ ‘ଭାଇପୋ ଟ୍ୟାକ୍ସ’ ବା ଟୋଲାବାଜି ସମ୍ପୂର୍ଣ୍ଣ ବନ୍ଦ କରାଯିବ ଏବଂ କୃଷକଙ୍କ ପାଇଁ ବଡ଼ ରିଜର୍ଭ ସେଣ୍ଟର ତିଆରି ହେବ।
ଚତୁର୍ଥ ଭବିଷ୍ୟବାଣୀ
ସୁପ୍ରିମକୋର୍ଟ ଜଜ୍ଙ୍କ ଦ୍ୱାରା ମେଗା ତଦନ୍ତ: ବଙ୍ଗଳାରେ ହୋଇଥିବା ୧୦ ହଜାର କୋଟିରୁ ଊର୍ଦ୍ଧ୍ୱ ଦୁର୍ନୀତିର ପର୍ଦ୍ଦାଫାସ୍ ହେବ। ଏଥିପାଇଁ ଏକ ଶ୍ୱେତପତ୍ର ଜାରି କରାଯିବା ସହ ସୁପ୍ରିମକୋର୍ଟର ଜଣେ ବିଚାରପତିଙ୍କ ଦ୍ୱାରା ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ।
ତେବେ ପ୍ରଥମ ପର୍ଯ୍ୟାୟର ରେକର୍ଡ ଭଙ୍ଗା ମତଦାନ ଯଦି ସତରେ ଏକ ପରିବର୍ତ୍ତନର ଇସାରା, ତେବେ ଏପ୍ରିଲ ୨୯ରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ କଣ ହେବ? କଣ ସତରେ ବଙ୍ଗଳାରେ ଫୁଟିବ କି ପଦ୍ମ? ନା ଦିଦି ପୁଣି ଥରେ ଦେଖାଇବେ ନିଜର ଯାଦୁ? ତେବେ ଏହି ସମସ୍ତ ପ୍ରଶ୍ନର ଉତ୍ତର ଆଗାମୀ ଦିନରେ ସ୍ପଷ୍ଟ ହେବ।
