CSK କୁ ବଡ଼ ଝଟକା! IPL ରୁ ବାଦ୍ ପଡ଼ିଲେ ଧୋନି!

IPL ୨୦୨୬ ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ୍ କୁ ଲାଗିଲା ବଡ ଝଟକା | ଏମଏସ ଧୋନୀଙ୍କୁ ନେଇ ଆସିଲା ବଡ ଖବର । ଆଇପିଏଲ ଖେଳିବେଣୀ ଧୋନୀ | ଦଳର ଷ୍ଟାର୍ ୱିକେଟକିପର ବ୍ୟାଟର ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଆହତ କାରଣରୁ ଏବେ ଆଇପିଏଲ ମ୍ୟାଚ ଖେଳିପରିବେନି । ଚେନ୍ନାଇ ସୁପର କିଙ୍ଗସ୍ ପକ୍ଷରୁ ଏକ ସରକାରୀ ବିବୃତ୍ତି ଜାରି କରି କୁହାଯାଇଛି ଯେ, ଧୋନିଙ୍କ ଗୋଡ଼ର ରେ ଆଘାତ (Calf Strain) ଲାଗିଛି। ଏହି କାରଣରୁ ସେ ପ୍ରଥମ ଦୁଇ ସପ୍ତାହ ପାଇଁ IPL ରୁ ବାଦ୍ ପଡ଼ିଛନ୍ତି। ବର୍ତ୍ତମାନ ସେ ପୁନର୍ବାସ ବା ରିହାବିଲିଟେସନ୍ ପ୍ରକ୍ରିୟା ଦେଇ ଗତି କରୁଛନ୍ତି। ସୂଚନାଯୋଗ୍ୟ ଯେ, ଗୁଆହାଟୀରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ CSK ନିଜର ପ୍ରଥମ ମ୍ୟାଚ୍ ଖେଳି IPL ୨୦୨୬ ଅଭିଯାନ ଆରମ୍ଭ କରିବ। କିନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ‘ଥାଲା’ଙ୍କ ଅନୁପସ୍ଥିତି ଦଳ ପାଇଁ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି। ଧୋନି କେବଳ ଏହି ଆଘାତ ନୁହେଁ, ବରଂ ଦୀର୍ଘ ଦିନ ଧରି ଆଣ୍ଠୁ ସମସ୍ୟା ଦେଇ ମଧ୍ୟ ଗତି କରୁଛନ୍ତି। ତେବେ ଏହି ଆହତ ଖବର ପରେ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି ଯେ, କ’ଣ IPL ୨୦୨୬ ଧୋନିଙ୍କ କ୍ୟାରିୟରର ଶେଷ ସିଜିନ୍ ହେବାକୁ ଯାଉଛି? ପ୍ରଶଂସକମାନେ ଏବେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି, ଯେମିତି ସେ ପୁଣି ଥରେ ସେହି ପୁରୁଣା ଅନ୍ଦାଜରେ ପଡ଼ିଆକୁ ଫେରିବେ। CSK ମଧ୍ୟ ଧୋନିଙ୍କ ପାଇଁ ‘Get well soon, Thala!’ ବାର୍ତ୍ତା ଦେଇଛି। ଧୋନିଙ୍କ ବିନା CSK କେମିତି ପ୍ରଦର୍ଶନ କରୁଛି, ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *