ବିଧାନସଭାରେ ପେଡ଼ି ଖୋଲିଲା, ଆଉ ଘୋଷଣାର ବର୍ଷା ହେଲା
ଗୋଟିଏ କି ଦୁଇଟି ନୁହେଁ
ସିଧାସଳଖ ୧ ଲକ୍ଷ ଖାଲି ସରକାରୀ ପଦବୀ ପୂରଣର ଘୋଷଣା
ନିଯୁକ୍ତିରୁ ୩୩ ପ୍ରତିଶତ କେବଳ ମହିଳାମାନଙ୍କ ପାଇଁ ସଂରକ୍ଷିତ
ସାମ୍ବାଦିକଙ୍କୁ ମିଳିବ ୫ ହଜାର ଟଙ୍କାର ପେନସନ୍!
ସରକାରଙ୍କ ଏହି ଦମଦାର ବଜେଟ୍ ଦେଖିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ!
ନୂଆ ସରକାରଙ୍କ ଏହି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଏବେ ସବୁଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ମହିଳାମାନଙ୍କ ପାଇଁ ସରକାର ଆଣିଛନ୍ତି ‘ଗୋଲାପୀ କାର୍ଡ’, ଯାହା ଜରିଆରେ ସେମାନେ ସମ୍ପୂର୍ଣ୍ଣ ମାଗଣାରେ ବସ୍ ଯାତ୍ରା କରିପାରିବେ। ଏଥିପାଇଁ ୫୫୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। କେବଳ ସାଧାରଣ ଜନତା ନୁହନ୍ତି, ସରକାରୀ କର୍ମଚାରୀଙ୍କ ପାଇଁ ମଧ୍ୟ ଖୋଲିଯାଇଛି ଖଜାନା। ମହଙ୍ଗା ଭତ୍ତା ବା ଡିଏ ଏକାଥରକେ ୨୦ ପ୍ରତିଶତ ବୃଦ୍ଧି କରାଯାଇଛି। ୧ ଏପ୍ରିଲ୍ ୨୦୨୬ ରୁ ପିଛିଲା ଭାବେ ଏହା ଲାଗୁ ହେବ ଏବଂ ମୋଟ୍ ଡିଏ ଏବେ ୩୮ ପ୍ରତିଶତରେ ପହଞ୍ଚିବ।ଏତିକିରେ ସରିନି ଏହି ସରକାରଙ୍କ ମାଷ୍ଟରଷ୍ଟ୍ରୋକ୍! ଅବସରପ୍ରାପ୍ତ ସାମ୍ବାଦିକଙ୍କ ପାଇଁ ମାସିକ ୫ ହଜାର ଟଙ୍କାର ପେନସନ୍ ଘୋଷଣା କରାଯାଇଛି। ରାଜ୍ୟ ଉପରେ ୮ ଲକ୍ଷ ୫୫ ହଜାର କୋଟିର ବିପୁଳ ଋଣ ଭାର ଥିଲେ ମଧ୍ୟ ସାମାଜିକ ଯୋଜନା ବନ୍ଦ ହେବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଜିରାମଜି ଯୋଜନା ପାଇଁ ୧୪ ହଜାର କୋଟି ଏବଂ ଅନ୍ନପୂର୍ଣ୍ଣା ଯୋଜନା ପାଇଁ ବିପୁଳ ପାଣ୍ଠି ଯୋଗାଇ ଦିଆଯାଇଛି। ସ୍ୱଚ୍ଛତା ଆଣିବାକୁ ଖଣିଗୁଡ଼ିକର ଇ-ନିଲାମ କରାଯିବ। ପ୍ରଶାସନିକ ସୁବିଧା ପାଇଁ କାନ୍ଥୀକୁ ନୂଆ ପୋଲିସ ଜିଲ୍ଲା ଏବଂ ଗୋପୀବଲ୍ଲଭପୁରକୁ ନୂଆ ଉପଖଣ୍ଡ କରାଯିବ।ବର୍ତ୍ତମାନ ଆପଣ ନିଶ୍ଚୟ ଭାବୁଥିବେ, ଏତେ ସବୁ ବଡ଼ ଘୋଷଣା କେଉଁ ରାଜ୍ୟର ସରକାର କରିଛନ୍ତି? ଏହା ଅନ୍ୟ କୌଣସି ରାଜ୍ୟ ନୁହେଁ, ବରଂ ନିକଟରେ କ୍ଷମତାକୁ ଆସିଥିବା ପଶ୍ଚିମବଙ୍ଗର ନୂଆ ବିଜେପି ସରକାରଙ୍କ ବଡ଼ ଘୋଷଣା! ଆଜି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧୀନ ସରକାରଙ୍କ ପ୍ରଥମ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ସ୍ୱପନ ଦାସଗୁପ୍ତା। ଏକ ଦୁର୍ନୀତିମୁକ୍ତ ଓ ବିକଶିତ ପଶ୍ଚିମବଙ୍ଗ ଗଠନର ବାର୍ତ୍ତା ଦେଇ, ସାଂସ୍କୃତିକ ପରିଚୟର ପ୍ରତୀକ ସ୍ୱରୂପ ପାରମ୍ପରିକ ବଙ୍ଗାଳୀ ଚଟେଇ ଏବଂ ଝୋଟର ଫାଇଲରେ ବଜେଟ୍ ଧରି ବିଧାନସଭାରେ ପହଞ୍ଚିଥିଲେ ଅର୍ଥମନ୍ତ୍ରୀ। ନୂଆ ସରକାରଙ୍କ ଏହି ବଜେଟକୁ ନେଇ ଆପଣଙ୍କ ମତ କଣ? କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ।
