ହାଇକୋର୍ଟଙ୍କ ବଡ଼ ରାୟ: ବିବାହିତ ପୁରୁଷଙ୍କ ପାଇଁ ଲିଭ୍-ଇନ୍ ଅପରାଧ ନୁହେଁ

ବିବାହିତ ପୁରୁଷଙ୍କ ପାଇଁ ଆସିଲା ଖୁସି ଖବର

ବିବାହିତ ହେଲେ ବି ଅନ୍ୟ ମହିଳାଙ୍କ ସହ ରଖିପାରିବେ ସମ୍ପର୍କ !

ହାଇକୋର୍ଟ ଦେଲା ବଡ ନିଷ୍ପତ୍ତି !

ଏବେ ଲିଭ-ଇନ ରେ ରହିବା ହେଲା ଆହୁରି ସହଜ

ଆମ ସମାଜରେ ବିବାହକୁ ଏକ ପବିତ୍ର ବନ୍ଧନ ବୋଲି କୁହାଯାଏ । କିନ୍ତୁ ସମୟ ବଦଳିବା ସହ ସମ୍ପର୍କର ସଂଜ୍ଞା ମଧ୍ୟ ବଦଳୁଛି । ନିକଟରେ ଆଲାହାବାଦ୍ ହାଇକୋର୍ଟ ଏକ ଏମିତି ରାୟ ଶୁଣାଇଛନ୍ତି, ଯାହା ସାମାଜିକ ନୈତିକତା ଏବଂ ଆଇନଗତ ଅଧିକାର ମଧ୍ୟରେ ଥିବା ପାର୍ଥକ୍ୟକୁ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆଣିଛି । କୋର୍ଟ କହିଛନ୍ତି – “ଜଣେ ବିବାହିତ ପୁରୁଷ ଯଦି ଅନ୍ୟ ଜଣେ ବୟସ୍କା ମହିଳାଙ୍କ ସହ ସହମତିରେ ଲିଭ୍-ଇନ୍‌ରେ ରୁହନ୍ତି, ତେବେ ତାହା ଅପରାଧ ନୁହେଁ ।”

ଘଟଣାଟି ଘଟିଛି ଉତ୍ତରପ୍ରଦେଶ ଶାହଜାହାନପୁରର । ୨୧ ବର୍ଷୀୟା ଜଣେ ଯୁବତୀ ଅନାମିକା ଏବଂ ନେତ୍ରପାଳ ନାମକ ଜଣେ ବ୍ୟକ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ନେତ୍ରପାଳ ପୂର୍ବରୁ ବିବାହିତ, କିନ୍ତୁ ସେ ଅନାମିକାଙ୍କ ସହ ଲିଭ୍-ଇନ୍ ସମ୍ପର୍କରେ ଥିଲେ । ଏହାକୁ ବିରୋଧ କରି ଯୁବତୀଙ୍କ ମା’ ପୋଲିସରେ ଅଭିଯୋଗ କରିଥିଲେ ଯେ ତାଙ୍କ ଝିଅକୁ ପ୍ରଲୋଭିତ କରି ନିଆଯାଇଛି ।

କିନ୍ତୁ ଜଷ୍ଟିସ୍ ଜେ.ଜେ. ମୁନିର ଏବଂ ଜଷ୍ଟିସ୍ ଅରୁଣା ସାରିକାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏକ ବଡ଼ କଥା କହିଛନ୍ତି । କୋର୍ଟଙ୍କ କହିବା କଥା ହେଲା, ଯେହେତୁ ଉଭୟ ସାବାଳକ ଏବଂ ନିଜ ଇଚ୍ଛାରେ ଏକାଠି ରହୁଛନ୍ତି, ତେଣୁ ଏହାକୁ ଅପରାଧ କୁହାଯାଇପାରିବ ନାହିଁ । କେବଳ ସାମାଜିକ ନୈତିକତା ଆଧାରରେ ଜଣେ ନାଗରିକଙ୍କ ବ୍ୟକ୍ତିଗତ ଅଧିକାରକୁ ଛଡ଼ାଇ ନିଆଯାଇପାରିବ ନାହିଁ ।

ତେବେ ଏହି ନିଷ୍ପତ୍ତି ସମାଜରେ ଦୁଇଟି ଶ୍ରେଣୀ ସୃଷ୍ଟି କରିଛି । ପ୍ରଥମ ହେଉଛି ଆଇନଗତ ଦିଗ: ସମ୍ବିଧାନର ଧାରା ୨୧ ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜ ଜୀବନସାଥୀ ବାଛିବାର ଏବଂ ନିଜ ଢଙ୍ଗରେ ରହିବାର ଅଧିକାର ଅଛି । କୋର୍ଟଙ୍କ ମତରେ, ଆଇନ ନିଜ ବାଟରେ ଚାଲେ, ସାମାଜିକ ଚାପରେ ନୁହେଁ । ଦ୍ବିତୀଯ ରେ ହେଉଛି ସାମାଜିକ ଦିଗ: ସମାଜ ପାଇଁ ଏହା ଏକ ବିରାଟ ଆହ୍ୱାନ । ଯଦି ଜଣେ ବିବାହିତ ବ୍ୟକ୍ତି ଅନ୍ୟ ସହ ସମ୍ପର୍କ ରଖିବାକୁ ‘ଅପରାଧ’ ଶ୍ରେଣୀରୁ ବାହାର କରାଯାଏ, ତେବେ ପବିତ୍ର ବିବାହ ବନ୍ଧନର ମୂଲ୍ୟ କ’ଣ ରହିବ? ପତ୍ନୀ ଓ ପିଲାମାନଙ୍କର ଅଧିକାର କେତେଦୂର ସୁରକ୍ଷିତ?

ଏହି ନିଷ୍ପତ୍ତି ସମାଜରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଦିଓ ଆଇନ ଦୃଷ୍ଟିରୁ ଏହାକୁ ଅପରାଧ କୁହାଯାଉନି, କିନ୍ତୁ ଏହା କ’ଣ ପରିବାର ଭାଙ୍ଗିବାର ଏକ ନୂଆ ମାର୍ଗ ପ୍ରଶସ୍ତ କରୁନାହିଁ? ଲିଭ୍-ଇନ୍ ସମ୍ପର୍କକୁ ସୁରକ୍ଷା ଦେବାକୁ ଯାଇ ଆମେ କ’ଣ ବିବାହ ଭଳି ଏକ ସାମାଜିକ ଅନୁଷ୍ଠାନକୁ ଦୁର୍ବଳ କରୁନାହୁଁ?

ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ କାହାର ବ୍ୟକ୍ତିଗତ ପସନ୍ଦକୁ ସମାଜ ନିୟନ୍ତ୍ରଣ କରିପାରିବ ନାହିଁ । କିନ୍ତୁ ଗଣତାନ୍ତ୍ରିକ ଦେଶରେ ସ୍ୱାଧୀନତା ଏବଂ ଦାୟିତ୍ୱବୋଧ ମଧ୍ୟରେ ଏକ ସୂକ୍ଷ୍ମ ରେଖା ଥାଏ । ଏହି ନିଷ୍ପତ୍ତି ପରେ ଆପଣଙ୍କ ମତ କ’ଣ? କୋର୍ଟଙ୍କ ଏହି ରାୟ ସମାଜ ପାଇଁ କେତେଦୂର ଠିକ୍, ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *